Latest Odisha News

BREAKING NEWS

ପାରାଲିମ୍ପିକ୍ସ ବ୍ୟାଡମିଣ୍ଟନରେ ଭାରତକୁ ସ୍ୱର୍ଣ୍ଣ ଦେଲେ କୃଷ୍ଣା ନାଗର

ଟୋକିଓ: ପାରାଲିମ୍ପିକ୍ସରେ ଭାରତ ଏଥର ସ୍ୱର୍ଣ୍ଣିମ ଇତିହାସ ଲେଖିଛି । ପାରା ବ୍ୟାଡିମିଣ୍ଟନରେ ଗତକାଲି ପ୍ରମୋଦ ଭଗତ ସ୍ୱର୍ଣ୍ଣ ଜିତିଥିବା ବେଳେ ଆଜି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି କୃଷ୍ଣା ନାଗର । ପୁରୁଷ ସିଙ୍ଗଲ୍ସ ଝଐ୬ ବର୍ଗ ଫାଇନାଲରେ ହଂକଂ ବ୍ୟାଡମିଣ୍ଟନ ତାରକା ଚୁ ମ୍ୟାନ୍ କାଇଙ୍କୁ ହରାଇଛନ୍ତି ।

କୃଷ୍ଣା ନାଗର ୨୧-୧୭, ୧୬-୨୧ ଓ ୨୧-୧୭ ସେଟରେ ବିଜୟୀ ହୋଇଛନ୍ତି । ଫାଇନାଲ୍ ମୁକାବିଲାରେ କାଣ୍ଟେ କା ଟକ୍କର ହୋଇଥିଲା । ହଂକଂ ପ୍ରତିନ୍ଦ୍ୱନ୍ଦୀଙ୍କ ସହ କୃଷ୍ଣା ନଗରଙ୍କ କଡ଼ା ମୁକାବିଲା ହୋଇଥିଲା ।
ସଫଳତା ପରେ କୃଷ୍ଣାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହାକୁ ମିଶାଇ ଏଯାଏ ଟୋକିଓ ପାରାଲିମ୍ପିକ୍ସରେ ଭାରତ ମୋଟ୍ ୧୯ଟି ମେଡାଲ୍ ଜିତିଛି । ଏଥିରେ ଅଛି ୫ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ମେଡାଲ୍ ।

Leave A Reply

Your email address will not be published.