Latest Odisha News

ଇସ୍ରାଏଲରେ ୮ ରାଜନୈତିକ ଦଳ ମଧ୍ୟରେ ବୁଝାମଣା, ପ୍ରଧାନମନ୍ତ୍ରୀ ପଦରୁ ହଟିବେ ନେତ୍ୟାନେହୁ

ନୂଆଦିଲ୍ଲୀ: ଇସ୍ରାଏଲରେ ଦୀର୍ଘ ୧୨ ବର୍ଷ ପରେ ବେଞ୍ଜାମିନ ନେତ୍ୟାନେହୁ ପ୍ରଧାନମନ୍ତ୍ରୀ ପଦରୁ ହଟିବା ନିଶ୍ଚିତ ହୋଇଯାଇଛି । ମାର୍ଚ୍ଚରେ ହୋଇଥିବା ନିର୍ବାଚନରେ କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି ନ ଥିଲେ । ବଡ ପାର୍ଟି ଭାବେ ନେତ୍ୟାନେହୁ ଦଳକୁ ସରକାର ଗଠନ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଜୁନ ୨ ସୁଦ୍ଧା ତାଙ୍କୁ ବହୁମତ ପ୍ରମାଣିତ କରିବାକୁ ଥିଲା । ଏହାର ଠିକ୍ ୩୮ ମିନିଟ ପୂର୍ବରୁ ବିପକ୍ଷ ଦଳର ନେତା ୟେର ଲେପିଡ ସରକାର ଗଠନ କରିବା ନେଇ ଘୋଷଣା କରି ଦେଇଥିଲେ ।

୮ ବିପକ୍ଷ ଦଳ ଗଠବନ୍ଧନ କରି ନେତ୍ୟାନେହୁ ସରକାରଙ୍କୁ ହଟାଇବାରେ ପ୍ରାୟତଃ ସଫଳ ହୋଇଛନ୍ତି । ଦକ୍ଷିଣପନ୍ଥୀ ୟାମିନା ପାର୍ଟିର ନେତା ନେଫଟାଲି ବେନେଟ ପ୍ରଥମେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ୨୦୨୩ ପରେ ୟେଶ ଏଟିଡ ପାର୍ଟିର ୟେର ଲୋପିଡ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇବେ । ସୂଚନାଯୋଗ୍ୟ, ୨ ବର୍ଷ ମଧ୍ୟରେ ୪ ଥର ଏଠାରେ ନିର୍ବାଚନ ହୋଇ ସାରିଛି । ପ୍ରଥମ ଥର ପାଇଁ ଗଠବନ୍ଧନ ସରକାର ଗଠିତ ହେବାକୁ ଯାଉଛି ।

Leave A Reply

Your email address will not be published.