Latest Odisha News

BREAKING NEWS

ପଳାତକ ମେହୁଲ ଚୋକସୀକୁ ଡୋମିନିକାର ମାଜିଷ୍ଟ୍ରେଟ୍ କୋର୍ଟରୁ ମିଳିଲାନି ବେଲ୍

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଠକେଇ ମାମଲାରେ ପଳାତକ ମେହୁଲ ଚୋକସୀକୁ ଝଟକା ଲାଗିଛି । ଡୋମିନିକା ମାଜିଷ୍ଟ୍ରେଟ୍ କୋର୍ଟ ତାକୁ ବେଲ୍ ଦେବାକୁ ମନା କରି ଦେଇଛନ୍ତି । ନିକଟରେ ଆଣ୍ଟିଗୁଆରୁ ନିଖୋଜ ହୋଇଥିବା ଚୋକସୀ ଡୋମିନିକାରୁ ଧରାପଡ଼ିଥିଲା । ବେଆଇନ୍ ଭାବରେ ପ୍ରବେଶ ଅଭିଯୋଗରେ ତାକୁ ଗିରଫ କରାଯାଇଛି । ଗତକାଲି ମାମାଲର ଶୁଣାଣି ଥିଲା ।

ଚୋକସୀକୁ ଜାମିନ ଦେବାକୁ ଡୋମିନିକାର ମାଜିଷ୍ଟ୍ରେଟ୍ କୋର୍ଟ ମନା କରି ଦେଇଛନ୍ତି । ଚୋକସୀଙ୍କ ଓକିଲ୍ ବିଜୟ ଅଗ୍ରଓ୍ୱାଲ କହିଛନ୍ତି, ଜାମିନ ପାଇଁ ସେମାନେ ଉପର କୋର୍ଟଙ୍କ ଦ୍ୱାରସ୍ଥ ହେବେ । ଗତକାଲି ଶୁଣାଣି ବେଳେ ହ୍ୱିଲ୍ ଚେୟାରରେ ବସି ହାଜର ହୋଇଥିଲା ମେହୁଲ୍ ଚୋକସୀ ।

ଡୋମିନିକାରୁ ଗିରଫ ପରେ ଚୋକସୀକୁ ଭାରତ ପ୍ରତ୍ୟର୍ପଣ ନେଇ ଦାବି କରିଛି ଓଡ଼ିଶା । ଏଦିଗରେ ଆବଶ୍ୟକ ଆଇନଗତ ପ୍ରକ୍ରିୟା ବି ଆରମ୍ଭ ହୋଇଛି । ଆବଶ୍ୟକ କାଗଜପତ୍ର ବି ଡୋମିନିକା ସରକାରଙ୍କୁ ପ୍ରଦାନ କରାଯାଇଛି । ସିବିଆଇର ଏକ ଟିମ୍ ଡୋମିନିକା ଯାଇଛି । ଗତକାଲି ଶୁଣାଣି ବେଳେ ଡୋମିନିକା ସରକାର ମେହୁଲ ଚୋକସୀକୁ ଭାରତକୁ ହସ୍ତାନ୍ତର କରାଯିବା ଦରକାର ବୋଲି କୋର୍ଟଙ୍କୁ କହିଥିଲେ ।

Leave A Reply

Your email address will not be published.