Latest Odisha News

BREAKING NEWS

ଅନୁଗୁଳରେ ଭୟାବହ ଅଗ୍ନିକାଣ୍ଡ: ୧୨୦ଟି ଘର ଭସ୍ମୀଭୂତ ଓ ବାସହୀନ ହେଲେ ୫୦ଟି ପରିବାର

ଅନୁଗଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଆମ୍ବସରାମୁଣ୍ଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୨୦ଟି ଘରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି ।

ମିଳିଥିବା ସୂଚନାନୁଯାୟୀ, ଏହି ଅଗ୍ନିକାଣ୍ଡ ଫଳରେ ୫୦ଟି ପରିବାର ସମ୍ପୂର୍ଣ୍ଣ ରୂପେ ଗୃହଶୂନ୍ୟ ହୋଇପଡ଼ିଛନ୍ତି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ସମ୍ପତ୍ତି ଜଳିଯାଇ ଭସ୍ମୀଭୂତ ହୋଇଛି ।

ପ୍ରାପ୍ତ ସୂଚନା ଅନୁସାରେ ଗ୍ରାମର ଛବି ପ୍ରଧାନଙ୍କ ରୋଷେଇ ଘରେ ସର୍ଟ ସର୍କିଟ ହେବା ଫଳରେ ଗ୍ୟାସ ସିଲିଣ୍ଡରଟି ଫାଟି ଯାଇଥିଲା । ଏହାଫଳରେ ଘରେ ନିଆଁ ଲାଗି ଯାଇଥିଲା ।

ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଜାଣିବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଅଗ୍ନି ପ୍ରଶମିତ ହେବାକୁ ପ୍ରାୟ ୬ ଘଣ୍ଟା ଲାଗିଯାଇଥିଲା ।

ଏହି ଘଟଣାପରେ ସ୍ଥାନୀ ସରପଞ୍ଚ, ରେଭିନ୍ୟୁ ଇନିସପେକ୍ଟର ଏବଂ ଅନ୍ୟ ତିନିଜଣ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ପରିସ୍ଥିତି ତର୍ଜମା କରିଛନ୍ତି ।

Leave A Reply

Your email address will not be published.