Latest Odisha News

BREAKING NEWS

ରାଜଧାନୀରେ ଜବତ ହେଲା ୧୪୦ଟି ବିଦେଶୀ ମଦ ବୋତଲ, ୨ ଗିରଫ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ ଛକରୁ ଶୁକ୍ରବାର ଦିନ କମିଶନରେଟ ପୋଲିସ ବିଦେଶୀ ମଦ ଜବତ କରିବା ସହିତ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ।

ପୋଲିସ ଦ୍ୱାରା ଗିରଫ ହୋଇଥିବା ୨ ଜଣ ଅଭିଯୁକ୍ତ ହେଲେ ସୁଶାନ୍ତ କୁମାର ରାଉତ ଏବଂ ଉମାଶଙ୍କର ସେନାପତି । ଏହି ଦୁଇଜଣ ବ୍ୟକ୍ତି ଖଣ୍ଡଗିରି ଥାନା ଅନ୍ତର୍ଗତ ଜାଗମରା ଅଞ୍ଚଳର ବୋଲି ଜଣାପଡ଼ିଛି ।

ପ୍ରାପ୍ତ ସୂଚନାନୁଯାୟୀ, ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଅପରାହ୍ନରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ସ୍କୁଟିରେ ମଦ ନେଇ ଯାଉଥିବା ଜଣେ ବ୍ୟକ୍ତିକୁ ସନ୍ଦେହରେ ଅଟକାଇଥିଲେ । ଯାଞ୍ଚ ସମୟରେ ସେ ଏସମ୍ପର୍କୀତ କୌଣସି କାଗଜପତ୍ର ଦେଖାଇନଥିଲେ । ଏହାପରେ ପୋଲିସ ମଦ ବୋତଲଗୁଡ଼ିକୁ ଜବତ କରିଥିଲା ।

ତଦନ୍ତ ବେଳେ ଅଭିଯୁକ୍ତଦ୍ୱୟ ସୁଶାନ୍ତ କୁମାର ରାଉତ ଏବଂ ଉମାଶଙ୍କର ସେନାପତିଙ୍କୁ ପୋଲିସ ଗିରଫ କରି ସେମାନଙ୍କ ନିକଟରୁ ୧୪୦ ବୋତଲ ଜବତ କରିଛି ।

ଶୁକ୍ରବାର ଦିନ ହିଁ ସେମାନଙ୍କୁ ପୋଲିସ କୋର୍ଟକୁ ଚାଲାଣ କରିଛି ।

Leave A Reply

Your email address will not be published.