ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ସୁସ୍ଥ ହେଲେ ୧୨୦ କରୋନା ଆକ୍ରାନ୍ତ । ଏବେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସୁସ୍ଥଙ୍କ ସଂଖ୍ୟା ୨୪୭୪ରେ ପହଞ୍ଚିଛି ।
ମିଳିଥିବା ସୂଚନାନୁଯାୟୀ, କେବଳ ଗଞ୍ଜାମ ଜିଲ୍ଲାରୁ ୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥତା ଲାଭ କରିଛନ୍ତି । ଗଞ୍ଜାମ ପଛକୁ ଖୋର୍ଦ୍ଧାରେ ୧୯ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବାଲେଶ୍ୱରରେ ୧୪ ଜଣ ରୋଗୀ ସୁସ୍ଥତା ଲାଭ କରିପାରିଛନ୍ତି ।
କେଉଁ ଜିଲ୍ଲାରେ କେତେ ରୋଗୀ ସୁସ୍ଥ ହେଲେ:
ଗଞ୍ଜାମ – ୩୦
ଖୋର୍ଦ୍ଧା – ୧୯
ବାଲେଶ୍ୱର – ୧୪
ବଲାଙ୍ଗୀର – ୧୨
ଢେଙ୍କାନାଳ – ୯
ସୁନ୍ଦରଗଡ଼ – ୭
ନୟାଗଡ଼ – ୭
ଅନୁଗୁଳ – ୬
କେନ୍ଦୁଝର – ୫
ପୁରୀ – ୪
ଜଗତସିଂହପୁର – ୪
ଦେଓଗଡ଼, କେନ୍ଦ୍ରାପଡ଼ା ଓ ଝାରସୁଗୁଡ଼ା – ଜଣେ ଲେଖାଏଁ ରୋଗୀ ସୁସ୍ଥ
ଆଜି ସକାଳେ ୧୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮ ରେ ପହଞ୍ଚିଥିଲା । ଅବଶ୍ୟ ରାଜ୍ୟରେ ଜଣେ ରୋଗୀଙ୍କର କରୋନା ଯୋଗୁଁ ମଧ୍ୟ ପ୍ରାଣହାନୀ ଘଟିଥିବାର ସୂଚନା ମିଳିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କରୋନା ଆକ୍ରାନ୍ତରେ ପୀଡ଼ିତ ହୋଇ ରାଜ୍ୟରେ ଏପର୍ଯ୍ୟନ୍ତ ୧୦ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି ।
Comments are closed.