Latest Odisha News

BREAKING NEWS

ପଟିଆରେ ନିଯୁକ୍ତି ମେଳା : ୧୨୫ ଯୁବକ, ଯୁବତୀ ପାଇଲେ ନିଯୁକ୍ତି

ଭୁବନେଶ୍ୱର: ପଟିଆରେ ନିଯୁକ୍ତି ମେଳା ଅନୁଷ୍ଠିତ । କିଟ୍‍ ପକ୍ଷରୁ ୧୨୫ଜଣଙ୍କୁ ମିଳିଲା ନିଯୁକ୍ତି । ଏହି କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଟିଆ ଗାଁର ୧୨୫ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ପଟିଆର କିଛି ଯୁବକ ଯୁବତୀଙ୍କୁ କିଟ୍‍ରେ ନିଯୁକ୍ତି ଦେବା ପାଇଁ ପଟିଆ ଗ୍ରାମ ମଙ୍ଗଳ ସମିତି ପକ୍ଷରୁ ଅନୁରୋଧ କରାଯାଇଥିଲା। ଗ୍ରାମ ମଙ୍ଗଳ ସମିତିର ଅନୁରୋଧ କ୍ରମେ କିଟ୍‍ ପକ୍ଷରୁ ପଟିଆ ଗ୍ରାମର ୧୨୫ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।

ପୂର୍ବରୁ କିଟ୍‍, କିସ୍‍ ଓ କିମ୍‍ସରେ ପଟିଆ ଗ୍ରାମର ୨ଶହରୁ ଊର୍ଦ୍ଧ୍ୱ ପିଲା ଚାକିରି କରୁଥିବା ବେଳେ ଏବେ ୧୨୫ଜଣ ନିଯୁକ୍ତି ପାଇବା ପରେ ପଟିଆ ଗ୍ରାମର ମୋଟ ୩୨୫ ଜଣ କିଟ୍‍ରେ ନିଯୁକ୍ତି ପାଇଲେ।

ଏହି ଅବସରରେ ଶ୍ରୀ ସାମନ୍ତ କହିଥିଲେ, କିଟ୍‍ ଆଜି ଯେଉଁ ସ୍ଥାନରେ ପହଞ୍ଚିଛି ସେଥିପାଇଁ ପଟିଆବାସୀଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଆସିଛି। ଆମେ ସବୁବେଳେ ପଟିଆ ଓ ପଟିଆବାସୀଙ୍କୁ ନେଇ ଗର୍ବ ଅନୁଭବ କରିଥାଉ । ଗୋଟିଏ ଗାଁରୁ ଗୋଟିଏ ଅନୁଷ୍ଠାନରେ ଏତେ ସଂଖ୍ୟକ ପିଲା କୌଣସି ଗୋଟିଏ ଅନୁଷ୍ଠାନରେ ନିଯୁକ୍ତି ପାଇବା ଏକ ରେକର୍ଡ ।

ଏହି କାର୍ଯ୍ୟକ୍ରମରେ ପଟିଆ ଗ୍ରାମ ମଙ୍ଗଳ ସମିତିର ପରାମର୍ଶଦାତା ତଥା ଆଞ୍ଚଳିକ ଶାନ୍ତି କମିଟିର ସଭାପତି ନୃସିଂହ ରାଉତ, ୩ ନମ୍ବର ୱାର୍ଡର କର୍ପୋରେଟର ଲକ୍ଷ୍ମୀପ୍ରିୟା ପରିଡ଼ା, ଗ୍ରାମ ମଙ୍ଗଳ ସମିତିର ସମ୍ପାଦକ ସନ୍ତୋଷ ପରିଡ଼ା, ସଭାପତି ଚିତ୍ତ ରଞ୍ଜନ ପାତ୍ର, ଅଡ଼ିଟର ଅମୂଲ୍ୟ କୁମାର ଜେନା, ବରିଷ୍ଠ ସଭ୍ୟ ବିଷ୍ଣୁ ଚରଣ ପାତ୍ର ଯୋଗଦେଇ କିଟ୍‍ ତଥା ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିସହ କିଟ୍‍ ପାଇଁ ପଟିଆ ଗ୍ରାମବାସୀ ଆଜି ଗର୍ବିତ ବୋଲି ସେମାନେ ମତ ପ୍ରକାଶ କରିଥିଲେ।

 

 

 

 

Leave A Reply

Your email address will not be published.