Latest Odisha News

ପୂର୍ବତନ କଂଗ୍ରେସ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପରଲୋକ

ଝାରସୁଗୁଡ଼ା: ଝାରସୁଗୁଡ଼ାର ପୂର୍ବତନ କଂଗ୍ରେସ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପରଲୋକ ହୋଇଛି ରବିବାର ଭୋରରୁ ୭୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବିରେନ୍ଦ୍ର। ସେ କିଛିଦିନ ହେଲା ଯକୃତ ରୋଗରେ ପୀଡ଼ିତ ଥିଲେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି

୧୯୪୮ ମସିହାରେ ଝାରସୁଗୁଡ଼ାର ପୁରୁଣାବସ୍ତିରେ ଜନ୍ମଗ୍ରହଣ କରିଥିବା ବୀରେନ୍ଦ୍ର ପାଣ୍ଡେ କଂଗ୍ରେସ ଟିକେଟରେ ଥର ବିଧାୟକ ଭାବେ ନିର୍ବାଚନ ହୋଇଛନ୍ତି। ୧୯୮୦, ୧୯୮୫ ୧୯୯୫ରେ ଝାରସୁଗୁଡ଼ାରୁ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହା ବାଦ୍ ସେ ଝାରସୁଗୁଡ଼ାର ପୌରପାଳ ଭାବେ ନିର୍ବାଚିତ ହେବା ସହ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସର ସଭାପତି ମଧ୍ୟ ରହି ସାରିଛନ୍ତି। ସୂଚନା ଥାଉକି ବୀରେନ୍ଦ୍ରଙ୍କର ଦୁଇ ପୁଅ ଗୋଟିଏ ଝିଅ ଅଛନ୍ତି

Leave A Reply

Your email address will not be published.