Latest Odisha News

BREAKING NEWS

ଚଳିତ ବର୍ଷ ଦେଶରେ ପ୍ରାଣ ହରାଇଛନ୍ତି ସର୍ବାଧିକ ୧୨୬ଟି ବାଘ

ନୂଆଦିଲ୍ଲୀ : ଚଳିତ ବର୍ଷ ଦେଶରେ ପ୍ରାଣ ହରାଇଛନ୍ତି ୧୨୬ଟି ବାଘ । ଗତ ୧୦ ବର୍ଷ ମଧ୍ୟରେ ଚଳିତ ବର୍ଷ ସବୁଠାରୁ ଅଧିକ ବାଘ ପ୍ରାଣ ହରାଇଛନ୍ତି । ବାଘ ମୃତ୍ୟୁ ନେଇ ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥା ବା ଏନଟିସିଏ ପକ୍ଷରୁ ଏନେଇ ରିପୋର୍ଟ ପ୍ରକାଶ ପାଇଛି । ମୃତ ବାଘଙ୍କ ମଧ୍ୟରୁ ଶିକାର ଓ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୬୦ଟି ବାଘ । ୨୦୧୮ର ଗଣନା ଅନୁସାରେ, ଦେଶରେ ମୋଟ ବାଘ ସଂଖ୍ୟା ଥିଲା ୨ ହଜାର ୯୬୭ । ମାତ୍ର ବିଭିନ୍ନ କାରଣରୁ ଏହି ସଂଖ୍ୟା ହ୍ରାସ ପାଇବା ଆଶଙ୍କା କରାଯାଉଛି । ଚଳିତ ବର୍ଷ ବିଭିନ୍ନ କାରଣରୁ ୯୯ଟି ବାଘ ଆହତ ହୋଇଛନ୍ତି ।

ଗତ ୨୦୧୬ରେ ବିଭିନ୍ନ ଘଟଣାରେ ୧୨୧ଟି ବାଘ ପ୍ରାଣ ହରାଇଥିଲେ । ଚଳିତ ବର୍ଷ ଅଧିକ ସଂଖ୍ୟକ ବାଘଙ୍କ ମୃତ୍ୟୁ ଲାଗି ପରିବେଶବିତ୍ ଚିନ୍ତାବ୍ୟକ୍ତ କରିଛନ୍ତି । ମଧ୍ୟପ୍ରଦେଶରେ ୫୨୬ଟି ବାଘ ଥିବା ବେଳେ, ପ୍ରାଣ ହରାଇଛନ୍ତି ସର୍ବାଧିକ ୪୨ଟି ବାଘ । ମହାରାଷ୍ଟ୍ରରେ ବାଘ ସଂଖ୍ୟା ୩୧୨ ଥିବା ବେଳେ, ପ୍ରାଣ ହରାଇଛନ୍ତି ୨୬ଟି ବାଘ । କର୍ଣ୍ଣାଟକରେ ବାଘ ସଂଖ୍ୟା ୫୨୪ ଥିବା ବେଳେ, ପ୍ରାଣ ହରାଇଛନ୍ତି ୧୫ । ସେହିପରି ଉତ୍ତରପ୍ରଦେଶରେ ୧୭୩ଟି ବାଘ ଥିବା ବେଳେ, ପ୍ରାଣ ହରାଇଛନ୍ତି ୯ଟି ବାଘ । ସମସ୍ତ ସଚେତନତା ସତ୍ତ୍ବେ ବାଘ ଶିକାର ବଢୁଥିବାରୁ ଚିନ୍ତା ପ୍ରକାଶ କରିଛି ଏନଟିସିଏ ।

Leave A Reply

Your email address will not be published.