Latest Odisha News

ଖଡ଼ିମାଟି ପଥର ଖନନ ବିରୋଧରେ ୫ ଖଣ୍ଡ ଗାଁ ଲୋକଙ୍କ ମେଳି

କୋରାପୁଟ : କୋରାପୁଟ ଖଡ଼ିମାଟିରେ ପଥର ଖନନକୁ ବିରୋଧ । ପଥର ଖନନକୁ ବିରୋଧ କରି ମେଳି କରିଛନ୍ତି ୫ ଖଣ୍ଡ ଗାଁ ଲୋକ । ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିବାରୁ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣାସ୍ଥଳରେ ଲମତାପୁଟ ତହସିଲଦାର ପହଞ୍ଚି ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ।

ହାଟସୁକୁ ନିକଟରୁ ୨୯ ତାରିଖରୁ ପୋଲିସ ଉପସ୍ଥିତିରେ ଖଣି ଖୋଳା ଆରମ୍ଭ ହୋଇଥିଲା । କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ସହ ବିନା ଆଲୋଚନାରେ ଖଣି ଖୋଳା ଯାଉଥିବାରୁ ଏହାକୁ ବିରୋଧ କରିଛନ୍ତି ଲୋକେ । ଖଡିମାଟି ସୁରକ୍ଷା ସମିତି ପକ୍ଷରୁ ୫ଟି ଗ୍ରାମର ବାସିନ୍ଦା ଏକାଠି ହୋଇ ଖଣି ଖନନ କାର୍ଯ୍ୟକୁ ବନ୍ଦ କରିଛନ୍ତି । ଲୋକଙ୍କ ବିନା ସହମତି ଓ ସମ୍ମତିରେ ଖଣି ଖନନ କରାଯାଉଥିବା ଅଭିଯୋଗ କରିଛନ୍ତି ପରଜାଖୁଡୁବି, ମାଳିଖୁଡୁବି, ହାଟସୁକୁ, ଲଙ୍ଗଳପୁଟ, ହରିଆମୁଣ୍ଡା ଗ୍ରାମବାସୀ । ଖଣି ଖନନ ଦ୍ବାରା ପରିବେଶ ଦୂଷିତ ହେଉଥିବା ବେଳେ ପାରିପାର୍ଶ୍ବିକ ବିକାଶ ନେଇ କୌଣସି ଆଲୋଚନା ନକରି ଖଣି ଖନନ କରାଇ ଦିଆଯିବ ନାହିଁ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

Comments are closed.