Latest Odisha News

BREAKING NEWS

‘୧୦ ଦିନରେ ଭୁବନେଶ୍ୱରରେ ୧୨୬୨ ସଂକ୍ରମିତ’

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ତାର କାୟା ବିସ୍ତାର କିରିବାରେ ଲାଗିଛି । ସ୍ଥିତି ପୁରା ଅଣାୟତ୍ତ ହେବାରେ ଲାଗିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ବଢ଼ୁଛି । ଗତ ୧୦ ଦିନରେ ଭୁବନେଶ୍ୱରରେ ୧୨୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଆଜି ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ରାଜଧାନୀରେ କରୋନା ଟେଷ୍ଟକୁ ଅଧିକରୁ ଅଧିକ ବଢ଼ାଯାଉଛି । କେତେକ ସ୍ଥାନରେ ଲୋକ ଟେଷ୍ଟ କରିବାକୁ ଆଗକୁ ଆସୁନାହାନ୍ତି। କରୋନାକୁ ହରାଇବାକୁ ହେଲେ ଆଗକୁ ଆସନ୍ତୁ ଏବଂ ଟେଷ୍ଟ କରନ୍ତୁ ବୋଲି ବିଏମସି କମିସନର ପରାମର୍ଶ ଦେଇଛନ୍ତି ।

ଏହାସହ ଏଥିରେ କୌଣସି ଅସୁବିଧା ନାହିଁ । ଆକ୍ରାନ୍ତ ଚିହ୍ନଟ ହେଲେ ସଙ୍ଗେ ସଙ୍ଗେ ହସ୍ପିଟାଲ ନେବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଉଛି । ଫୋନ କରି ରୋଗୀଙ୍କ ମତାମତ ଗ୍ରହଣ କରାଯାଉଛି । ଏବେ ଭୁବନେଶ୍ୱରରେ ସୁସ୍ଥ ହାର ୬୩ ପ୍ରତିଶତ ରହିଛି । ଅନ୍ୟପଟେ ବଜାର ହାଟରେ ସାମାଜିକ ଦୂରତା ରହୁନଥିବା ଜଣାପଡ଼ିଛି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରନ୍ତୁ ଏବଂ ବୟସ୍କ ଲୋକମାନେ ସବୁ ଦିଗପ୍ରତି ଧ୍ୟାନ ଦେବାକୁ କହିଛନ୍ତି ବିଏମସି କମିଶନର ।

Leave A Reply

Your email address will not be published.