Latest Odisha News

BREAKING NEWS

ଗଂଜାମରେ କରୋନା ସୁସ୍ଥ ହାର ୭୮ ପ୍ରତିଶତ

ଗଂଜାମ : ରାଜ୍ୟରେ ସର୍ବାଧିକ କରୋନା ସଂକ୍ରମିତ ଜିଲ୍ଲା ହେଉଛି ଗଂଜାମ । କିନ୍ତୁ ଜିଲ୍ଲାରେ ଦିନକୁ ଦିନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଏବେ ଗଂଜାମରେ କରୋନା ସୁସ୍ଥହାର ୭୮ ପ୍ରତିଶତ । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

କରୋନା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାରେ ମୋଟ ୩ଟି କୋଭିଡ ହସ୍ପିଟାଲ ଥିବା ବେଳେ ଏଥିରେ ୫୨୦ଟି ବେଡ୍ ରହିଛି । ୯୦ଟି ଆଇସିୟୁ ୟୁନିଟ୍ ରହିଥିବା ବେଳେ ୭୨୫ଟି ଅକ୍ସିଜେନ ସପୋର୍ଟ ବେଡର ବ୍ୟବସ୍ଥା ରହିଛି । ଏଥି ସହ ୧୩୨ଟି ଆମ୍ବଲାନ୍ସ ରହିଛି ।

ଗତ କିଛି ଦିନ ହେଲା ଘରକୁ ଘର ବୁଲି ସର୍ଭେ କରାଯାଉଛି । ତେବେ ଲକ୍ଷଣ ନ ଲୁଚାଇ ତୁରନ୍ତ ପରୀକ୍ଷା କରାଇ ନେବାକୁ ଲୋକଙ୍କୁ କୁହାଯାଇଛି । କରୋନା ପାଇଁ ପରୀକ୍ଷା ବ୍ୟବସ୍ଥାକୁ ମଧ୍ୟ ବୃଦ୍ଧି କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ପ୍ରଶାସନ ଯେତେ ସଜାଗ ଥିଲେ ବି ଲୋକେ ସଚେତନ ହେବାର ଆବଶ୍ୟକତା ରହିଛି । ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ମାସ୍କ ପିନ୍ଧିବା କେତେ ଜରୁରୀ ସେ ନେଇ ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.