ବ୍ରହ୍ମପୁର: ବ୍ରହ୍ମପୁର ସିଟି ହସପିଟାଲ ନିକଟରେ ଠେଲା ଗାଡିରେ ଫଳ ବିକ୍ରି କରୁଥିବା ଜଣେ ମହିଳାଙ୍କ ନିକଟରୁ ସୋମବାର ୧୨୭ ଗ୍ରାମ ବ୍ରାଉନ ସୁଗର ଜବତ କରିଛି ଅବକାରୀ ବିଭାଗ। ଗିରଫ ମହିଳା ଜଣକ ହେଲେ ଗେଟବଜାରର ସୁକାନ୍ତି ବେହେରା। ଜବତ ବ୍ରାଉନସୁଗର୍ର ବଜାର ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ। ତାଙ୍କ ପାଖରୁ ନଗଦ ୧୧ ହଜାର ଟଙ୍କା ମଧ୍ୟ ଜବତ ହୋଇଛି।
ଅବକାରୀ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ବହୁ ବର୍ଷ ହେଲା ସୁକାନ୍ତି ଠେଲା ଗାଁରେ ଫଳ ବିକ୍ରି କରୁଥିଲେ । ତେବେ ସେ ନିଶା କାରବାରରେ ସଂପୃକ୍ତ ଥିବା ନେଇ ସୂଚନା ମିଳିଥିଲା। ଗତ କିଛି ଦିନ ହେଲା ଅବକାରୀ ବିଭାଗର ଅଧିକାରୀମାନେ ତାଙ୍କ ଉପରେ ନଜର ରଖିଥିଲେ । ସୋମବାର ସୁକାନ୍ତି ଗ୍ରାହାକଙ୍କୁ ବିକ୍ରି ପାଇଁ ବ୍ରାଉନସୁଗର ରଖିଥିବା ସୂଚନା ମିଳିଥିଲା । ଇନ୍ସପେକ୍ଟର ଗିତାଞ୍ଜଳୀ ସାହୁ ଓ ତାଙ୍କ ଟିମ ସୁକାନ୍ତିଙ୍କୁ କାବୁ କରିଥିଲେ । ତାଙ୍କ ନିକଟରୁ ଏକ ଛୋଟ ଡବା ଭିତରୁ ବ୍ରାଉନ ସୁଗର ରହିଥିଲା ବୋଲି ବିଭାଗର ଉପ ଆୟୁକ୍ତ ଅଶୋକ ଶତପଥି ସୂଚନା ଦେଛନ୍ତି। ସୁକାନ୍ତିଙ୍କ ଝିଅ ପୋଲିସ କନେଷ୍ଟବଳ ଭାବେ କାମ କରୁଛନ୍ତି। ତାଙ୍କୁ କିଏ ଯୋଗାଣ କରୁଥିଲେ ମଧ୍ୟ ସେ କାହାକୁ ବିକ୍ରି କରୁଥିଲେ, ସେନେଇ ତଦନ୍ତ ଚାଲିଛି। ଗତ କିଛି ଦିନ ହେଲା ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳରୁ ବ୍ରାଉନସୁଗର ଜବତ ହେବାେର ଲାଗିଛି।
BREAKING NEWS
- ସାହରପଡ଼ା ଫାଣ୍ଡି ଅଧିକାରୀ ସସ୍ପେଣ୍ଡ
- ଟିମ ଇଣ୍ଡିଆର କ୍ଲିନ ସୁଇପ ଆଶା ଧୂଳିସାତ କଲେ ହୋପ
- Former CBI Director M. Nageshwar Rao:ରାଜନୀତିରେ ଏଣ୍ଟ୍ରି ମାରିଲେ ଓଡ଼ିଶା କ୍ୟାଡରର ଏହି ଆଇପିଏସ୍ ଅଧିକାରୀ;ସନାତନ ସମ୍ପର୍କରେ ଦେଲେ ବଡ ବୟାନ
- ଐତିହାସିକ ଫୁଟବଲ୍ ମ୍ୟାଚ୍ରେ ଭାରତକୁ ୪-୦ରେ ହରାଇଲା ବ୍ରାଜିଲ; ଏଷ୍ଟେଭାଓ, ପେଡ୍ରୋ ଓ ସାମୁଏଲ୍ ଲିନୋଙ୍କ ଗୋଲ୍
- Krushi Unnata Sahayogi: ‘କୃଷି ଉନ୍ନତ ସହଯୋଗୀ’ର ଶୁଭାରମ୍ଭ:୩୧୪ ବ୍ଲକରେ ନିୟୋଜିତ ହେବେ ୯୬୪ ଜଣ କୃଷି ଛାତ୍ର ସହଯୋଗୀ
- ଭାରତୀୟ ଦଳର ଏକଦିବସୀୟରେ ନୂଆ ଛକା ରେକର୍ଡ
- CJP protest at Shivaji Park:ମୁମ୍ବାଇ ପୋଲିସର କାର୍ଯ୍ୟାନୁଷ୍ଠାନ;ଦିପକେଙ୍କ ସମେତ ୫୦୦ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ
- ଶାରଦୀୟ ଦୁର୍ଗାପୂଜା; ଆଜିଠୁ ଶ୍ରୀକ୍ଷେତ୍ରରେ ଷୋଳପୂଜା ବିଧି ଆରମ୍ଭ
- Strait of Hormuz:ହର୍ମୁଜରେ ଅଶୋଧିତ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ; ୫ ଭାରତୀୟ ଉଦ୍ଧାର
- ଏମ.ଏସ. ଧୋନିଙ୍କ ରେକର୍ଡ ସହ ସମକକ୍ଷ ହେଲେ ରାହୁଲ

Comments are closed.