Latest Odisha News

BREAKING NEWS

ହାର୍ଦ୍ଦିକ, ଦୀପକଙ୍କୁ ବିଶ୍ରାମ: ଦଳରେ ସାମିଲ ହେଲେ ଶାହାବାଜ, ଶ୍ରେୟାଶ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ସିରିଜ ପୂର୍ବରୁ ଭାରତୀୟ ଦଳରେ ପରିବର୍ତନ କରାଯାଇଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଦୀପକ ହୁଦାଙ୍କ ବଦଳରେ ବାମହାତୀ ସ୍ପିନର ଶାହାବାଜ ଅହମ୍ମଦ ଓ ବ୍ୟାଟ୍ସମ୍ୟାନ ଶ୍ରେୟାଶ ଆୟାରଙ୍କୁ ଦଳରେ ସାମିଲ କରାଯାଇଛି । ହାର୍ଦ୍ଦିକଙ୍କୁ ବିଶ୍ରାମ ଦିଆ ଯାଇଥିବା ବେଳେ ପିଠି ଆଘାତ ସମସ୍ୟା ଯୋଗୁ ହୁଦା ଓହରି ଯାଇଛନ୍ତି । ଅପରପକ୍ଷରେ ପେସ ବୋଲର ମହମ୍ମଦ ସାମୀ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ କରୋନା କବଳରୁ ମୁକୁଳି ନ ଥିବାରୁ ତାଙ୍କୁ ଦଳରେ ସାମିଲ କରାଯାଇନି । ତାଙ୍କ ବଦଳରେ ଉମେଶ ଯାଦବ ଦଳରେ ରହିବେ । ସେପ୍ଟମ୍ବର ୨୮ରୁ ଏହି ସିରିଜ ଥିରୁୱନ୍ତପୁରମରେ ଆରମ୍ଭ ହେବ ।

ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଭାରତ ଚମତ୍କାର ପ୍ରଦର୍ଶନ କରି ସିରିଜ ଜିତିଛି । ଦଳର ଖେଳାଳିମାନେ ଫର୍ମକୁ ଫେରିବା ସହ ସେମାନଙ୍କ ବଡି ଲାଙ୍ଗୁଏଜରେ ପରିବର୍ତନ ଦେଖିବାକୁ ମିଳିଛି । ରବୀନ୍ଦ୍ର ଜାଡେଜାଙ୍କ ଅଭାବ ଅକ୍ଷର ପଟେଲ ପୂରା କରିବା ନେଇ ସମ୍ଭାବନା ସୃଷ୍ଟି କରିଛନ୍ତି । ବୋଲିଂ ବିଭାଗରେ ଦଳର ପ୍ରଦର୍ଶନ ଏ ପର୍ଯ୍ୟନ୍ତ ସେତେଟା ସନ୍ତୋଷଜନକ ହୋଇ ନାହିଁ ।

Leave A Reply

Your email address will not be published.