ନୂଆଦିଲ୍ଲୀ: ଦେଶରେ ଏକ ବର୍ଷ ଭିତରେ କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟା ଭିତରେ କରୋନାର ୧୨ ହଜାର ୨୮୬ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୯୧ ଜଣଙ୍କ ମୃତ୍ୟୁ ହୋଇଛି ।
ଗତ ୨୪ ଘଣ୍ଟାରେ କରୋନାରୁ ୧୨ ହଜାର ୪୬୪ ଜଣ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଦେଶରେ କରୋନା ସଂକ୍ରମଣର ମୋଟ ମାମଲା ବୃଦ୍ଧି ପାଇ ୧ କୋଟି ୧୧ ଲକ୍ଷ ୨୪ ହଜାର ୫୨୭ରେ ପହଞ୍ଚିଛି।
India reports 12,286 new #COVID19 cases, 12,464 discharges and 91 deaths in the last 24 hours, as per the Union Health Ministry
Total cases: 1,11,24,527
Total discharges: 1,07,98,921
Death toll: 1,57,248
Active cases: 1,68,358Total Vaccination: 1,48,54,136 pic.twitter.com/ziRZ3NcFrR
— ANI (@ANI) March 2, 2021
ସେହିପରି ପ୍ରାୟ ୧ ଲକ୍ଷ ୫୭ ହଜାର ୨୪୮ ଜଣଙ୍କ ଜୀବନ ଯାଇଥିବାବେଳେ ୧ କୋଟି ୦୭ ଲକ୍ଷ ୯୮ ହଜାର ୯୨୧ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ କରୋନାର ସକ୍ରିୟ ମାମଲା ସଂଖ୍ୟା ୧ ଲକ୍ଷ ୬୮ ହଜାର ୩୫୮ ରହିଛି ।
Comments are closed.