Latest Odisha News

ଟ୍ୱିଟରରେ ହାସଟ୍ୟାଗ୍ସକୁ ରାଜନୀତିକ ବିଜ୍ଞାପନ ଭାବେ ଗ୍ରହଣ କରିପାରନ୍ତି ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଲୋକଙ୍କ ସହ ଯୋଡ଼ି ହେବାର ସବୁଠୁ ବଡ଼ ମାଧ୍ୟମ ଡିଜିଟାଲ୍ । ଇଣ୍ଟରନେଟ୍ ମାଧ୍ୟମରେ କାହାରିକୁ ବି କୌଣସି ସ୍ଥାନରେ ଆପଣ ପ୍ରଭାବିତ କରିପାରିବେ । ଆଉ ନିର୍ବାଚନ ବେଳେ ବିଭିନ୍ନ ସୋସିଆଲ୍ ମିଡିଆର ଚାହିଦା କାହିଁରେ କେତେ କଣ । ଜନମତକୁ ପ୍ରଭାବିତ କରିବା, କୌଣସି ପ୍ରସଙ୍ଗକୁ ନେଇ କାହିରିକୁ ଟାର୍ଗେଟ୍ କରିବା ପାଇଁ ସୋସିଆଲ୍ ମିଡିଆର ବହୁଳ ବ୍ୟବହାର ହେଉଛି । ଆଉ ସୋସିଆଲ୍ ମିଡିଆରେ ଏସବୁକୁ ବଳ ଦେଉଛି ହାସଟ୍ୟାଗ୍ସ । ନିର୍ବାଚନ ସମୟରେ ସୋସିଆଲ୍ ମିଡିଆ ବିଶେଷ କରି ଟ୍ୱିଟରରେ ହାସଟ୍ୟାଗ୍ସ ସହ ହେଉଥିବା ପୋଷ୍ଟକୁ ରାଜନୀତିକ ବିଜ୍ଞାପନ ଭାବେ ବିବେଚନା କରାଯାଇପାରେ । ଗତବର୍ଷ ପୋଲ୍ ପ୍ୟାନେଲ୍ ଗଠନ କରିଥିବା ବିଶେଷଜ୍ଞ କମିଟି ଏନେଇ ନିର୍ବାଚନ ଆୟୋଗଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ପୂର୍ବତନ ଆଇଆରଏସ୍ ଅଫିସର ହରୀଶ କୁମାରଙ୍କୁ ନେଇ ଗଠିତ ପ୍ୟାନେଲ୍ ନିର୍ବାଚନୀ ଖର୍ଚ୍ଚ ପରିସୀମା, ଖର୍ଚ୍ଚ ତଦାରଖ କୌଶଳକୁ ନେଇ ଜାନୁଆରୀ ୨୪ ତାରିଖରେ ନିର୍ବାଚନ ଆୟୋଗଙ୍କୁ ଅନ୍ତରୀଣ ରିପୋର୍ଟ ଦେଇଥିଲେ । ଯେଉଁଥିରେ ନିର୍ବାଚନୀ ଖର୍ଚ୍ଚର ତଦାରଖ ଲାଗି ଏକ ସ୍ୱତନ୍ତ୍ର ସୋସିଆଲ୍ ମିଡିଆ ମନିଟରିଂ ସେଲ୍ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସ୍ତରରେ ଗଠନ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ନିର୍ବାଚନ ସମୟରେ ସୋସିଆଲ୍ ମିଡିଆରେ ଦିଆଯାଉଥିବା ରାଜନୀତିକ ବିଜ୍ଞାପନ ଉପରେ ସେଲ୍ ନଜର ରଖିବା ସହ ଏହା ବାବଦରେ ହେଉଥିବା ଖର୍ଚ୍ଚ ନେଇ ପର୍ଯ୍ୟବେକ୍ଷକଙ୍କୁ ସୂଚନା ଦେବା ନେଇ ପ୍ରସ୍ତାବରେ କୁହାଯାଇଥିଲା ।

ସୂତ୍ର ଅନୁସାରେ, ଉକ୍ତ ପ୍ରସ୍ତାବକୁ ନିର୍ବାଚନ ଆୟୋଗ ଗ୍ରହଣ କରିଛନ୍ତି । ବିଶେଷଜ୍ଞ କମିଟି ଅନୁସାରେ ନିର୍ବାଚନରେ ଗୁଗଲ(ଗୁଗଲ ଆଡ୍ସ ଓ ୟୁଟ୍ୟୁବ), ଫେସବୁକ୍ (ଫେସବୁକ୍ ଓ ଇନଷ୍ଟାଗ୍ରାମ୍) ଏବଂ ଟ୍ୱିଟରର ବହୁଳ ବ୍ୟବହାର କରାଯାଉଛି । ତେବେ, ଟ୍ୱିଟରରେ ରାଜନୀତିକ ଦଳ ଦେଉଥିବା ବିଜ୍ଞାପନ ନେବାକୁ କମ୍ପାନୀ ୨୦୧୯ ନଭେମ୍ବରରେ ମନା କରିଥିଲା । ଦେଶରେ ୩.୪ କୋଟି ଟ୍ୱିଟର ବ୍ୟବହାରକାରୀ ଥିବାବେଳେ ଏହା ମାଧ୍ୟମରେ ରାଜନୀତିକ ଦଳ ଲୋକଙ୍କୁ ଟାର୍ଗେଟ୍ କରୁଥିବା କହିଥିଲା ପ୍ୟାନେଲ୍ । ଆଉ ଏଥିରେ ଟ୍ୱିଟର ହାସଟ୍ୟାଗ୍ସ ଟ୍ରେଣ୍ଡିଂ ହେଉଛି ।

ଏମିତି କି ରାଜନୀତିକ ଦଳ ବେଆଇନ୍ ବଟ୍ସ ଜରିଆରେ ଟ୍ୱିଟରରେ ହାସଟ୍ୟାଗ୍ସ ଟ୍ରେଣ୍ଡିଂ କରୁଛନ୍ତି । ଟ୍ୱିଟର ହାସଟ୍ୟାଗ୍ସକୁ ରାଜନୀତିକ ବିଜ୍ଞାପନ ଭାବେ ବିବେଚନା କରିବାକୁ ପ୍ୟାନେଲ୍ ପ୍ରସ୍ତାବ ଦେଇଛି ।

Leave A Reply

Your email address will not be published.