Latest Odisha News

BREAKING NEWS

ଜଣେ ରେଲୱେ କର୍ମୀଙ୍କ ସମେତ ଭୁବନେଶ୍ୱରରୁ ୧୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।

ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୮ ଜଣ ହୋମ୍ କ୍ୱାରେଣ୍ଟାଇନ୍ ଏବଂ ୫ଟି ସ୍ଥାନୀୟ ମାମଲା ରହିଛି ।ସେଥିମଧ୍ୟ ରେ ଜଣେ ୫୫ ବର୍ଷୀୟ ରେଳ କର୍ମଚାରୀ ରହିଛନ୍ତି । ଯିଏକି ସାଲିଆ ସାହି ବସ୍ତିରେ ରହୁଥିଲେ ଏବଂ ସେ ଯାଜପୁରର ବାସିନ୍ଦା।

ଅପରପକ୍ଷରେ ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଏକ ଘରୋଇ ହସ୍ପିଟାଲର ୩୩, ୧୮, ୪୮ ବର୍ଷୀୟ ପୁରୁଷ ଏବଂ ୨୨, ୨୮,୨୨,୨୨ ଓ ୩୫ ବର୍ଷ ବୟସ୍କା ମହିଳା ଆରୋଗ୍ୟ ଲାଭ କରିଛନ୍ତି। ଏହାଛଡା ଅନ୍ୟ ଜଣେ ସୁସ୍ଥ ହୋଇଥିବା ବ୍ୟକ୍ତି ହେଉଛନ୍ତି କଳିଙ୍ଗ ଷ୍ଟୁଡିଓ ନିକଟ ଭରତପୁର ଅଞ୍ଚଳର।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ମୋଟ୍ ୩୪୫ କରୋନା ପଜିଟିଭ ମାମଲା ରହିଛି। ତନ୍ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୩୯ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୨୦୧ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏହାଛଡା ୪ ଜଣଙ୍କର ମୃତ୍ୟୁ ଘଟିଛି।

Comments are closed.