Latest Odisha News

BREAKING NEWS

କନ୍ଧମାଳରେ ମାଓବାଦୀ କ୍ୟାମ୍ପ ଠାବ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମରବନ୍ଧ ଫରେଷ୍ଟର ଲଦପଦର ରିଜର୍ଭ ଫରେଷ୍ଟ ଅଞ୍ଚଳରେ ଏସଓଜି ଓ ପୋଲିସର ମିଳିତ ଉଦ୍ୟମରେ ଗୁରୁବାର ଦିନ ଏକ ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି।

ଉକ୍ତ ଅଞ୍ଚଳରେ ମାଓବାଦୀ ଥିବା ନେଇ ଯବାନଙ୍କ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିଥିଲା । ଏଭଳି ସୂଚନା ମିଳିବା ପରେ ପୋଲିସ ଓ ଯବାନଙ୍କ ମିଳିତ ଉଦ୍ୟମରେ ଗତ ଜୁନ୍ ୨୯ରେ କମ୍ବିଂ ଅପରେସନ୍ ଆରମ୍ଭ କରାଯାଇଥିଲା । ହେଲେ ସେଠାରୁ ମାଓବାଦୀମାନେ ପଳାୟନ କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ।

ପରେ ସୁରକ୍ଷାକର୍ମୀ ଉକ୍ତ ସ୍ଥାନରେ ମାଓବାଦୀଙ୍କ ଏକ କ୍ୟାମ୍ପ ଠାବ କରିବା ସହ ୧୫ କେଜି ପରିମାଣର ବିସ୍ଫୋରଣ, ଗନପାଉଡର, ୨୮ ଡିଟୋନେଟର , ମଲ୍ଟିମିଟର, ବ୍ୟାଗ୍‌, ବ୍ୟାଟେରୀ, ମାଓବାଦୀ ବ୍ୟାନର ଏବଂ ପୋଷ୍ଟର ମଧ୍ୟ ଜବତ କରଯାଇଥିବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.