Latest Odisha News

BREAKING NEWS

ତାଳଚେରରେ ବିଜେଡିକୁ ଶକ୍ତ ଧକ୍କା; ନଗରପାଳଙ୍କ ସହ ୧୩ କାଉନସିଲର ଛାଡ଼ିଲେ ଦଳ

ଅନୁଗୁଳ: ତାଳଚେର ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ବିଜେଡି ଛାଡ଼ିଲେ ତାଳଚେର ପୌରପରିଷଦ ନଗରପାଳ ପବିତ୍ର ଭୂତିଆଙ୍କ ସମେତ ୧୩ ଜଣ କାଉନସିଲର । ନଗରପାଳଙ୍କ ସମେତ ୧୩ ଜଣ କାଉନସିଲର ବିଜେଡ଼ି ସାଧାରଣ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି ।ଏମାନେ ତାଳଚେର ବିଧାୟକ ତଥା ଅନୁଗୁଳ ଜିଲ୍ଲା ବିଜେଡ଼ି ସଭାପତି ବ୍ରଜକିଶୋର ପ୍ରଧାନ ଏବଂ ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ମେଲ ଜରିଆରେ ନିଜ ନିଜର ଇସ୍ଥଫା ପତ୍ର ପ୍ରଦାନ କରିଥିବା ଜଣା ପଡ଼ିଛି ।

ଅପରପକ୍ଷରେ ୧୩ ଜଣ କାଉନସିଲରଙ୍କ ସମେତ ନଗରପାଳ ଆସନ୍ତା ୨୮ ତାରିଖ ଦିନ ଭୁବନେଶ୍ବର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବରେ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି।

ତାଳଚେର ନଗରପାଳ ପବିତ୍ର ଭୂତିଆଙ୍କ ସମେତ ୧୩ ଜଣ କାଉନ୍‌ସିଲର ଯଥା ତାଳଚେର ପୌରପରିଷଦର ୧ ନମ୍ବର ୱାର୍ଡର କାଉନ୍‌ସିଲର ଆସିଫ ଖାନ, ୨ ନମ୍ବର ୱାର୍ଡର କାଉନ୍‌ସିଲର ଯଶୋବନ୍ତ ମିଶ୍ର, ୩ ନମ୍ବର ୱାର୍ଡର କାଉନ୍‌ସିଲର ଲିପିକା ବେହେରା, ୫ ନମ୍ବର ୱାର୍ଡର କାଉନ୍‌ସିଲର ସଞ୍ଜିବ କୁମାର ବେହେରା, ୬ ନମ୍ବର ୱାର୍ଡର କାଉନ୍‌ସିଲର ଜିତେନ୍ଦ୍ର ଭୂତିଆ, ୯ ନମ୍ବର ୱାର୍ଡର କାଉନ୍‌ସିଲର ମମତା ରାଉତ, ୧୦ ନମ୍ବର ୱାର୍ଡର କାଉନ୍‌ସିଲର ଅଜିତ କୁମାର ସାହୁ, ୧୧ ନମ୍ବର ୱାର୍ଡର କାଉନ୍‌ସିଲର ନିରୂପମା ପଟ୍ଟପନାୟକ, ୧୨ ନମ୍ବର ୱାର୍ଡର କାଉନ୍‌ସିଲର ସଞ୍ଜିବ କୁମାର ଗଡ଼ନାୟକ, ୧୪ ନମ୍ବର ୱାର୍ଡର କାଉନ୍‌ସିଲର ବଲବିନ୍ଦର କୁଅର, ୧୫ ନମ୍ବର ୱାର୍ଡର କାଉନ୍‌ସିଲର ସବିତା ପାଉଲ, ୧୮ ନମ୍ବର ୱାର୍ଡର କାଉନ୍‌ସିଲର ଲିନା ସାହୁ, ୨୦ ନମ୍ବର ୱାର୍ଡର କାଉନ୍‌ସିଲର ଅନିତା ବିଶ୍ବାଳ ପ୍ରମୁଖ।

 

Comments are closed.