Latest Odisha News

BREAKING NEWS

ଓଡ଼ିଶାରେ କରୋନା ନେଲା ଆଉ ୧୩ ଜୀବନ, କୋରାପୁଟରୁ ଗଡ଼ିଲା ପ୍ରଥମ ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସହ ବଢୁଛି ମୃତ୍ୟୁ ସଂଖ୍ୟା । କୋରାପୁଟ ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଇଛି ପ୍ରାଣଘାତୀ ଭାଇରସ୍ । ଦୁଇ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଏହାସହ ଗତ ୨୪ ଘଣ୍ଟାରେ କରୋନା ନେଇ ୧୩ ଜୀବନ । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୭୨କୁ ବୃଦ୍ଧି ପାଇଛି ।

୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ଭିତରେ ପାଞ୍ଚ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ଚାରି ଜଣ କରୋନା ସଂକ୍ରମିତଙ୍କର ଡାଏବେଟିସ୍ ଓ ଉଚ୍ଚ ରକ୍ତଚାପ ଥିଲା । ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ୧୩୧କୁ ବୃଦ୍ଧି ପାଇଛି ।

କୋରାପୁଟ ଜିଲ୍ଲାରେ ପ୍ରାଣ ହରାଇଥିବା ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୪୭ ଓ ୬୫ ବର୍ଷ । ୪୭ ବର୍ଷୀୟ ପୁରୁଷଙ୍କଠାରେ ଡାଏବେଟିସ୍ ଥିଲା । ସେହିପରି ବରଗଡ଼ରୁ ଜଣେ ୩୯ ବର୍ଷୀୟ ଯୁବକ, ବାଲେଶ୍ୱର ଜିଲ୍ଲାର ୮୧ ବର୍ଷୀୟ ବୃଦ୍ଧି ଓ ନୟାଗଡ଼ ଜିଲ୍ଲାରୁ ଜଣେ ୬୦ ବର୍ଷୀୟ ଭୂତାଣୁ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ କରୋନା ନେଇଛି ଆଉ ଦୁଇ ମୁଣ୍ଡ । ଭୁବନେଶ୍ୱରରୁ ଜଣେ ୫୨ ବର୍ଷୀୟ ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ୬୦ ବର୍ଷୀୟ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁସଂଖ୍ୟା ୩୫ରେ ପହଞ୍ଚିଛି ।

Leave A Reply

Your email address will not be published.