Latest Odisha News

BREAKING NEWS

ଖାଇକୁ ଖସିଲା ବସ୍‌, ୧୩ ମୃତ ଓ ୨୫ରୁ ଅଧିକ ଆହତ

ରାୟଗଡ଼: ବଡ଼ ଧରଣର ବସ୍‌ ଦୁର୍ଘଟଣା। ଖାଇକୁ ଖସିଲା ବସ୍‌। ଘଟଣାରେ ଚାଲିଗଲା ୧୩  ଜୀବନ। ୨୫ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ମହାରାଷ୍ଟ୍ର ରାଜୟଗଡ଼ ଜିଲ୍ଲାରେ ଏଭଳି ଭୟଙ୍କର ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି।

ଶନିବାର ଭୋର ୪.୩୦ ସମୟରେ ପୁଣେ-ରାୟଗଡ଼ ବର୍ଡରରେ ଏହି ଦୁର୍ଘଟଣା ଘଟିଥିଲା। ବସ୍‌ ପୁଣେ ପିମ୍ପ୍ଲି ଗୌରବରୁ ଗୋରେଗାଓଁ ଆସୁଥିବା ବେଳେ ଦୁର୍ଘଟଣାରେ ଶିକାର ହୋଇଥିଲା। ବସ୍‌ରେ ୪୧ରେ ଯାତ୍ରୀ ଥିଲେ। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲା।

ରାୟଗଡ଼ ଏସ୍‌ପି ସୋମନାଥ ଘରଗେ ପ୍ରଥମେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ। ପରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ହୋଇଛି ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଘଟଣାରେ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି।

ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ସଡ଼କ ଦୁର୍ଘଟଣା ଦୁର୍ଭାଗ୍ୟପୂର୍ଣ୍ଣ। ଘଟଣା ସମ୍ପର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ସହ ଆଲୋଚନା କରିଛି। ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ମୃତକଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜଣାଇବା ସହ ଆହତଙ୍କୁ ଆଶୁ ଆରଗ୍ୟ କାମନା କରୁଛି ବୋଲି ଶାହ ଟ୍ୱିଟ୍ କରି ଲେଖିଛନ୍ତି।

Comments are closed.