Latest Odisha News

BREAKING NEWS

ଘରେ କେହି ନଥିବାବେଳେ ଜଳିଗଲା ୫ ବଖରା; ଅଧାପୋଡ଼ା ଟଙ୍କା ଧରି କାନ୍ଦୁଛନ୍ତି ବିପନ୍ନ

ଢେଙ୍କାନାଳ: ନିଆଁର କରାଳ ଗ୍ରାସରେ ସବୁ ଜଳିଗଲା । ପିନ୍ଧା ପୋଷାକ ବ୍ୟତୀତ ସବୁ ଜଳିପୋଡ଼ ପାଉଁଶ ହୋଇଗଲା । କେମିତି ଜଳିଲା କେହି ଜାଣି ପାରିଲେନି । ଟଙ୍କା, ସାର୍ଟିଫକେଟ ଉଦ୍ଧାର କରିବାକୁ ବି ସମୟ ପାଇଲେନି । ଅଧାପୋଡି ଯାଇଥିବା ଟଙ୍କାକୁ ଦେଖି  ମୁଣ୍ଡପିଟି କାନ୍ଦୁଛନ୍ତି ପରିବାର ଲାେକେ  । ଏ ଦୃଶ୍ୟ ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅଁଳାବେରେଣୀ ଗାଁରେ ।

ଅଁଳାବେରେଣୀ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଳି ଯାଇଛି ୫ ବଖରା ଘର । ଯଦିଓ ଅଗ୍ନିକାଣ୍ଡର କାରଣ ଜଣାପଡିନି ତେବେ  ବିଦ୍ୟୁତ ସର୍ଟସର୍କିଟରୁ ହୋଇଥିବା ସନ୍ଦେହ କରାଯାଉଛି ।  ଘରେ କେହି ଲୋକ ନ ଥିବା ବେଳେ ହଠାତ ନିଆଁ ଲାଗି ଯାଇଥିଲା । ଲକ୍ଷାଧିକ ଟଙ୍କାର ଆସବାବପତ୍ର ସହ ଘର ଉପକରଣ, ଧାନ, ଚାଉଳ ଜଳିପୋଡି ନଷ୍ଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ସେତେବେଳକୁ ସବୁ ନିଆଁରେ ଗର୍ଭରେ ପାଉଁଶ ହୋଇ ଯାଇଥିଲା । ଅ୍ରଗ୍ନିକାଣ୍ଡରେ ଗାଁର ବିଷ୍ଣୁ ନାଏକ ଓ ଭୀମସେନ ନାଏକଙ୍କର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଏମାନେ ପିନ୍ଧା ଲୁଗା ବ୍ୟତୀତ କୌଣସି ଘର ସାମଗ୍ରୀ ପରିବାର ଲୋକେ ଉଦ୍ଧାର କରି ପାରିନଥିଲେ । ଏବେ ପାଉଁଶ ଗଦାରୁ କାଳେ କିଛି ମିଳିିଯିବ ଭାବି ଖୋଜୁଛନ୍ତି ବିପନ୍ନ ।

ଏବେ ଏମାନଙ୍କ ପାଖରେ ନାଁ ମୁଣ୍ଡ ଗୁଞ୍ଜିବାକୁ ଛାତ ଅଛି ନା ଖାଇବାକୁ ଅନ୍ନ ଅଛି । ଧୂଧୂ ଖରାରେ ଖୋଲା ଆକାଶ ତଳେ ରହିଛନ୍ତି ୨ ପରିବାର ।  ତୁରନ୍ତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅଗ୍ନିବିପନ୍ନ ପରିବାରକୁ ସହାୟତା ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

 

 

Leave A Reply

Your email address will not be published.