ଭୁବନେଶ୍ୱର: ବେଆଇନ୍ ପାର୍କିଂ ଫି ଆଦାୟ କରୁଥିବା ନେଇ ସହରର ୩ଟି ହସ୍ପିଟାଲ ସହ ୧୩ଟି ବ୍ୟବସାୟ ପ୍ରତିଷ୍ଠାନକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।
ଉକ୍ତ ହସ୍ପିଟାଲ୍ ଓ ପ୍ରତିଷ୍ଠାନ ମଧ୍ୟରେ ରହିଛି-
- ଆପୋଲୋ ହସ୍ପିଟାଲ୍
- କଳିଙ୍ଗ ହସ୍ପିଟାଲ୍
- କେଆର୍ ହସ୍ପିଟାଲ୍
- ସିମ୍ଫୋନୀ ମଲ୍
- ଦ ୱାର୍ଲ୍ଡ
- ଫୋରମ ମାର୍ଟ
- ମାରୁତି ମଲ୍
- ପଲ ମନ୍ତ୍ରା
- ପାଣ୍ଟାଲୁନ୍ସ, ସହିଦ ନଗର
- ଭବାନୀ କମର୍ସିଆଲ୍ ଏନକ୍ଲାଭ୍
- ଏସପ୍ଲାନେଡ୍ ୱାନ୍
- ଡିଏନ୍ ରେଗଲିଆ
- ସେଣ୍ଟ୍ରାଲ୍ ମଲ୍
ବିଡିଏ ଏହିସବୁ ପ୍ରତିଷ୍ଠାନକୁ ଅଫ୍-ଷ୍ଟ୍ରିଟ୍ ପାର୍କିଂ ଫି’ ଆଦାୟ ରୋକିବା ଲାଗି ନିର୍ଦ୍ଦେଶ ଦେଇଛି । ଆହୁରି ମଧ୍ୟ ୭ ଦିନ ମଧ୍ୟରେ ଏହାର ଅନୁପାଳନ କରିବା ପାଇଁ କୁହାଯାଇଛି । ଏହି ନିର୍ଦ୍ଦେଶ ନମାନିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ।
Comments are closed.