Latest Odisha News

BREAKING NEWS

ଉତ୍ତରପ୍ରଦେଶରେ ବସ୍ ଦୁର୍ଘଟଣା: ୧୩ ମୃତ, ୩୧ ଆହତ

ଫିରୋଜାବାଦ: ଉତ୍ତରପ୍ରଦେଶର ଫିରୋଜାବାଦରେ ବୁଧବାର ବିଳମ୍ବିତ ରାତ୍ରୀରେ ଆଗ୍ରା-ଲକ୍ଷ୍ନୌ ଏକ୍ସ୍‍ପ୍ରେସ୍‌ୱେରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବସ ଟ୍ରକକୁ ଧକ୍କା ଦେବା ଫଳରେ ୧୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ରୁ ଅଧିକ ଆହତ ହୋଇଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଦିଲ୍ଲୀରୁ ବିହାରର ମୋତିହାରି ଅଭିମୁଖେ ଯାଉଥିବା ଘୋରେଇ ବାସ ୪୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା । ରାତି ପ୍ରାୟ ୧୦ଟା ବେଳେ ବସ୍‌ଟି ଫିରୋଜାବାଦ ଜିଲ୍ଲା ଅନ୍ତର୍ଗତ ନାଗଲା ଖାଙ୍ଗର ଥାନା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ପଙ୍କଚର୍‌ ହୋଇଥିବା ଟାୟାର୍‌ ବଦଳାଇବାକୁ ଟ୍ରକ୍‌ଟି ରାସ୍ତାରେ ଅଟକିଥିବା ବେଳେ ଯାତ୍ରୀବାହୀ ବସ୍‌ଟି ଯାଇ ତା’ ପଛରେ ଧକ୍କା ଦେଇଥିଲା । ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ସୈଫାଇ ମେଡିକାଲ୍‌ କଲେଜରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.