Latest Odisha News

BREAKING NEWS

ବିଶ୍ୱ ରେଡ଼ିଓ ଦିବସ: ଆଜିବି କମି ନାହିଁ ରେଡ଼ିଓର ଚାହିଦା

ଭୁବନେଶ୍ବର: ଆଜିର ସମୟରେ ଟେଲିଭିଜନର ଲୋକପ୍ରିୟତା ବୃଦ୍ଧି ସାଙ୍ଗକୁ ମୋବାଇଲର ବହୁଳ ବ୍ୟବହାର ସତ୍ତ୍ୱେ ମଧ୍ୟ ରେଡ଼ିଓ କମି ନାହିଁ ରେଡ଼ିଓର ଚାହିଦା ।

ଅନ୍ୟ ଗଣମାଧ୍ୟମ ତୁଳନାରେ ରେଡ଼ିଓର ଏକ ନିଆରା ଆଦର ରହିଛି । ପାହାଡ଼ ଉପରେ ଥିବା ଜନବସତି ହେଉ ବା ସମୁଦ୍ର କୂଳରେ ଏହା ମୁକ୍ତ ଭାବେ ସୀମା-ସରହଦ ପାର ହୋଇ ପହଂଚିପାରିଛି ।

ବିନା ବିଜୁଳିରେ ଚାଲିଥିବାରୁ ଏହାକୁ ବିପର୍ଯ୍ୟୟ ବେଳର ସାଥୀ ବୋଲି କୁହାଯାଏ । ବନ୍ୟା, ବାତ୍ୟା ଭଳି ବିପର୍ଯ୍ୟୟ ସମୟରେ ବିଜୁଳି ଚାଲିଗଲା ପରେ ଟେଲିଭିଜନ ବନ୍ଦ ହୋଇଯାଏ । ଇଣ୍ଟରନେଟ ବାଧାପ୍ରାପ୍ତ ହେଲେ ମୋବାଇଲ ସୂଚନା ଅପହଂଚ ହୁଏ କିନ୍ତୁ ଏଭଳି ସମୟରେ ରେଡ଼ିଓର ସ୍ୱର ଶୁଣିବାକୁ ମିଳେ ।

ମୋବାଇଲ, ଟେଲିଭିଜନ, ଇଣ୍ଟରନେଟ ଯେଉଁଠି କାମ କରି ନପାରିବ ସେଠାରେ ରେଡ଼ିଓ ମାଧ୍ୟମରେ ଯୋଗାଯୋଗ ସମ୍ଭବ ।

ଓଡ଼ିଶାରେ ରେଡ଼ିଓ ନମସ୍କାର, ରେଡ଼ିଓ ମୁସ୍କାନ, ସୋଆ ରେଡ଼ିଓ ସଫଳତାର ସହ ଗୋଷ୍ଠୀ ବେତାର କେନ୍ଦ୍ର ଭାବେ ପ୍ରଚାର ପ୍ରସାରରେ ନିୟୋଜିତ ଅଛି । ଜାତିସଂଘ ପକ୍ଷରୁ ୨୦୧୨ ଫେବୃଆରୀ ୧୩କୁ ବିଶ୍ୱ ରେଡ଼ିଓ ଦିବସ ଭାବେ ପାଳନ କରାଯାଉଛି ।

Leave A Reply

Your email address will not be published.