Latest Odisha News

BREAKING NEWS

ଭାରତ ଛାଡୁଛନ୍ତି ଲୋକେ; ସାଢ଼େ ୩ ବର୍ଷରେ ୫ ଲକ୍ଷରୁ ଅଧିକ ଭାରତୀୟ ଛାଡ଼ିଛନ୍ତି ନାଗରିକତା

ନୂଆଦିଲ୍ଲୀ: ଭାରତ ଛାଡୁଛନ୍ତି ଲୋକେ  । ଚଳିତବର୍ଷ ଜୁନ ସୁଦ୍ଧା ୮୭ ହଜାର ୨୬ ଜଣ ଲୋକ ଭାରତ ନାଗରିକତା ଛାଡି ଅନ୍ୟ ଦେଶକୁ ପଳାଇଛନ୍ତି  । ଏନେଇ ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର  ।

ଲୋକସଭା ସାଂସଦ କୀର୍ତ୍ତି ପି ଚିଦାମ୍ବରମ୍ ବୈଦେଶିକ ମନ୍ତ୍ରୀଙ୍କୁ ପଚାରିଥିଲେ ଯେ, ଗତ ୩ବର୍ଷରେ କେତେଜଣ ଭାରତୀୟ ନାଗରିକତ୍ଵ ତ୍ୟାଗ କରିଛନ୍ତି ଏବଂ କେଉଁ ଦେଶର ନାଗରିକତ୍ଵ ହାସଲ କରିଛନ୍ତି ? ୧୨ ବର୍ଷ ମଧ୍ୟରେ ନାଗରିକତ୍ଵ ତ୍ୟାଗ କରିଥିବା ଲୋକଙ୍କ ସଂଖ୍ୟା ସର୍ବାଧିକ କି? ଏହି ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ୨୦୨୦ରେ ୮୫,୨୫୬, ୨୦୨୧ରେ ୧,୬୩,୨୫୬ ଏବଂ ୨୦୨୨ରେ ୨,୨୫,୬୨୦ ଭାରତୀୟ ନାଗରିକତ୍ଵ ତ୍ୟାଗ କରିଛନ୍ତି । ଏହାର କାରଣ ବ୍ୟକ୍ତିଗତ କାରଣ ବୋଲି ଦର୍ଶାଇଛନ୍ତି ଏସ ଜୟଶଙ୍କର । ରୋଜଗାର ସହ ବ୍ୟକ୍ତିଗତ ସୁବିଧା କାରଣରୁ ଲୋକେ ଦେଶ ଛାଡୁଛନ୍ତି ବୋଲି ସେ କହିଛନ୍ତି । ସବୁଠୁ ବଡ଼ କଥା ହେଲା ଭାରତ ଛାଡୁଥିବା ଲୋକଙ୍କ ମଧ୍ୟରେ କିଛି ଲୋକ ନେପାଳ, ଶ୍ରୀଲଙ୍କା, ଭୁଟାନ, ପାକିସ୍ତାନର ନାଗରିକତ୍ବ ଗ୍ରହଣ କରିଛନ୍ତି । ଭାରତ ଛାଡି ଏହି ସବୁଦେଶର କାହିଁକି ରହିବାକୁ ଚାହୁଛନ୍ତି ବୋଲି ଚର୍ଚ୍ଚାର ବିଷୟ ପାଲଟିଛି  । ବିଶ୍ବର ୧୩୫ଟି ଦେଶରେ ଭାରତ ଛାଡିଥିବା ନାଗରିକ ମାନେ ନାଗରିକତ୍ବ ଗ୍ରହଣ କରିଛନ୍ତି  ।

Leave A Reply

Your email address will not be published.