Latest Odisha News

BREAKING NEWS

ଅଧରାତିରେ ସରିଗଲା ଅକ୍ସିଜେନ୍, ଆଖି ବୁଜିଲେ ୧୩ କରୋନା ରୋଗୀ

ପାନାଜୀ: ଗୋଆର ସରକାରୀ ମେଡିକାଲ କଲେଜରେ ଅକ୍ସିଜେନ୍ ଅଭାବରୁ ମୃତ୍ୟୁ ଲାଗି ରହିଛି । ୪ ଦିନରେ ଗୋଟିଏ ମେଡିକାଲରେ ଅକ୍ସିଜେନ୍ ଅଭାବରୁ ୭୫ ରୋଗୀ ପ୍ରାଣ ହରାଇଲେଣି । ସୂତ୍ର ଅନୁସାରେ, ରାତି ଗୋଟାଏରୁ ସକାଳ ୬ଟା ମଧ୍ୟରେ ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ୪ ଦିନ ମଧ୍ୟରେ ମୃତ୍ୟୁସଂଖ୍ୟା ୭୫କୁ ବୃଦ୍ଧି ପାଇଛି । ମଙ୍ଗଳବାର ୨୬, ବୁଧବାର ୨୧, ଗୁରୁବାର ୧୫ ଓ ଆଜି ୧୩ ଜଣ ପ୍ରାଣ ହରାଇଛନ୍ତି ।

ଅକ୍ସିଜେନ୍ ବିତରଣରେ ବାଧା ଉପୁଜିବାରୁ ମୃତ୍ୟୁ ହୋଇଥିବା କୁହାଯାଉଛି । କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା କଥା ଅକ୍ସିଜେନ୍ ପହଞ୍ଚିବାରେ ବିଳମ୍ବ ହେବାରୁ ମୃତ୍ୟୁ ହୋଇଛି । ଘଟଣା ପରେ ଗୋଆ ସରକାର ଯାଞ୍ଚ ପାଇଁ ୩ ଜଣିଆ ଟିମ୍ ଗଠନ କରିଛନ୍ତି । ଆଇଆଇଟି ଗୋଆର ନିର୍ଦ୍ଦେଶକ ଡକ୍ଟର ବିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହାର ଯାଞ୍ଚ ସହ ଅକ୍ସିଜେନ୍ ବିତରଣ ପ୍ରକ୍ରିୟା ନେଇ ସୁପାରିସ୍ କରିବ ।

Leave A Reply

Your email address will not be published.