Latest Odisha News

BREAKING NEWS

୧୩ ସୁରତ ଫେରନ୍ତା କରୋନା ପଜିଟିଭ

ଭୁବନେଶ୍ୱର: ଓଡିଶାରେ ସୋମବାର ଦିନ ୧୪ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୧୨ ଜଣ ଗଞ୍ଜାମ ଜିଲ୍ଲାର, ଜଣେ ଲେଖାଏଁ କେନ୍ଦ୍ରାପଡା ଏବଂ ରାଉରକେଲା ଅଞ୍ଚଳର।

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ରାଉରକେଲାର ଜଣେ ରୋଗୀ ପୂର୍ବତନ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଅବଶିଷ୍ଟ ୧୩ ଜଣ ସୁରତ ଫେରନ୍ତା ।

ଏହି ନୂଆ ମାମଲା ସହିତ ବର୍ତ୍ତମାନ ଗଞ୍ଜାମରେ ଏହି ସଂଖ୍ୟା ୧୩୭କୁ ବୃଦ୍ଧି ପାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।

ସେହିପରି କେନ୍ଦ୍ରାପଡ଼ାରେ ବର୍ତ୍ତମାନ ସାତଟି ସକ୍ରିୟ ମାମଲା ରହିଛି, ଯେଉଁଥିରେ ଦୁଇଜଣ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଛନ୍ତି।

Comments are closed.