Latest Odisha News

BREAKING NEWS

ସାମାଜିକ ଦୂରତ୍ୱ ସଚେତନତା ନେଇ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସଙ୍ଗୀତ ରଚନା କଲେ ଯାଜପୁର ଜିଲ୍ଲାପାଳ

ଯାଜପୁର: କରୋନାଭାଇରସ୍ ମହାମାରୀ ସମୟରେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଛି ପ୍ରଶାସନ । ଏନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏକ ଗୀତ ରଚନା କରିଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାଶ ।

ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଏହି ଗୀତର ରଚନା କରିଛନ୍ତି । ଯେଉଁଥିରେ ଶିଶୁ ଗାୟକ ଦେବେଶ୍ୱର ସ୍ୱାଇଁ ଏବଂ ବିଭିନ୍ନ ପ୍ରଶାସନିକ ଅଧିକାରୀମାନେ କଣ୍ଠଦାନ କରିଛନ୍ତି।

ଜିଲ୍ଲାପଳାଙ୍କ କହିବାନୁସାରେ, ସଚେତନତା ଏବଂ ସମ୍ବେଦନଶୀଳତା ମାଧ୍ୟମରେ ଲୋକଙ୍କୁ ସାମାଜିକ ଦୂରତା ଗ୍ରହଣ କରିବାକୁ ଉତ୍ସାହିତ କରିବା ଏହି ଗୀତର ମୂଳ ଲକ୍ଷ୍ୟ ।

କରୋନାର ପ୍ରସାର ଯାଞ୍ଚ କରିବା ପାଇଁ ସେ ଲକଡାଉନ୍ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ଏହି ଗୀତଟି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି ।

Leave A Reply

Your email address will not be published.