Latest Odisha News

BREAKING NEWS

କୋଭିଡ ପରିଚାଳନାରେ ସରକାର ବିଫଳ: ବିରୋଧୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନାରେ ବିଫଳତାକୁ ନେଇ ରାଜରାସ୍ତାରେ ଗର୍ଜିଛନ୍ତି ବିରୋଧୀ । ଆଜି ୧୩ଟି ବିରୋଧୀ ଦଳ ଏକାଠି ହୋଇ ମିଳିତ ଭାବେ ପ୍ରତିବାଦ କରିଛନ୍ତି । କଂଗ୍ରେସ, ବାମ ଦଳ, ଆମ୍ ଆଦମୀ ପାର୍ଟି ସମେତ ୧୩ଟି ବିରୋଧୀ ଦଳ ରାଜଧାନୀର ମାଷ୍ଟର କ୍ୟାଂଟିନ ଛକରେ ପ୍ରତିବାଦ କରିଛନ୍ତି ।

ବିରୋଧୀଙ୍କ ଅଭିଯୋଗ ହେଉଛି, ରାଜ୍ୟ ସରକାର ଶ୍ରମିକଙ୍କୁ କର୍ମ ନିଯୁକ୍ତି ଓ ପ୍ରବାସୀଙ୍କୁ ୨ ହଜାର ଟଙ୍କା ଦେବାକୁ କହି ଭଣ୍ଡାଇଛନ୍ତି । ଏପରିକି ମାସ୍କ ଓ ପିପିଇ କିଟ୍ ଭଳି କୋଭିଡ୍ ସାମଗ୍ରୀ କିଣାରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ୧୭ ଦଫା ଦାବି ନେଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି ।

ବିରୋଧୀ ଦଳ ପ୍ରତିବାଦ ସହ କିଛି ଦାବି ବି ରଖିଛନ୍ତି । ରାଜ୍ୟରେ ଟେଷ୍ଟିଂ ବୃଦ୍ଧି, ଶ୍ରମିକଙ୍କୁ ୬ ମାସ ଯାଏ ମାସିକ ସାଢେ ୭ହଜାର ଟଙ୍କା ପ୍ରଦାନ ଓ ମୁଣ୍ଡପିଛା ୧୦ କିଲୋଗ୍ରାମ ଚାଉଳ ଓ ଗହମ ଯୋଗାଇଦେବାକୁ ଦାବି କରିଛନ୍ତି । ଏଥିସହ ଚାଷୀଙ୍କୁ ସହାୟତା, ଉଠା ଦୋକାନୀଙ୍କୁ ୧୦ ହଜାର ଟଙ୍କା ଦେବା, ବିଦ୍ୟୁତ୍ ବିଲ ଛାଡ, ଦୁଗ୍ଧ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି ।

Leave A Reply

Your email address will not be published.