Latest Odisha News

BREAKING NEWS

ଉଲିବୁର ଖଣି ଦୁର୍ନୀତି ମାମଲା: ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ମିଳିଲା ଜାମିନ

କଟକ: ଉଲିବୁର ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ମିଳିଛି ଜାମିନ । ଦୀପକଙ୍କୁ ସର୍ତ୍ତମୂଳକ ଭାବେ ଏକ ମାସ ପାଇଁ ହାଇକୋର୍ଟ ଅନ୍ତରୀଣ ଜାମିନ୍ ଦେଇଛନ୍ତି । ଏକ କୋଟି ଟଙ୍କାର ଅର୍ଥରାଶି ଜମା ସହ ଦୁଇ କୋଟି ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ତାଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି ।

କେନ୍ଦୁଝରର ବହୁ ଚର୍ଚ୍ଚିତ ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ଗିରଫ ହୋଇଥିଲେ ଦୀପକ ଗୁପ୍ତା । ଏହା ପୂର୍ବରୁ ମଧ୍ୟ ଦୀପକ ଅନେକ ଥର ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ କିନ୍ତୁ କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ । ଏହି ଦୁର୍ନୀତି ଘଟଣାରେ ଦୀପକ ଗୁପ୍ତାଙ୍କ ପରିବାର ଲୋକଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିଲା । ଦୀପକଙ୍କ ନାଁରେ ଅଭିଯୋଗ ରହିଛି ଯେ, ସେ ବେଆଇନ୍‌ ଭାବେ ଜଙ୍ଗଲ ଜମି ହଡ଼ପ କରିଛନ୍ତି । ଏହାସହ ସରକାରୀ ନିୟମ ଭାଙ୍ଗି ଖଣିରୁ ଲୁହା ପଥର ଲୁଟ୍‌ କରିଛନ୍ତି ।

Leave A Reply

Your email address will not be published.