Latest Odisha News

BREAKING NEWS

ପଶ୍ଚିମବଙ୍ଗ ଜଲପାଇଗୁଡ଼ିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୩ ମୃତ

ପଶ୍ଚିମବଙ୍ଗ ଜଲପାଇଗୁଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରୁ କିଛି ଲୋକଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ । ଗତକାଲି ବିଳମ୍ବିତ ରାତିରେ ଜଲପାଇଗୁଡ଼ି ଜିଲ୍ଲା ଧୁପଗୁରୀରେ ଏହି ଦୁର୍ଘଟଣା ଘଟିଛି ।

ଗୋଟିଏ ବୋଲ୍ଡର ବୋଝେଇ ଡମ୍ପର କିଛି ଗାଡ଼ିକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ଗତକାଲି ରାତିରେ ଡମ୍ପରଟି ମୟନାତଲ୍ଲୀରୁ କେଉଁଆଡ଼େ ଯାଉଥିଲା । ଏତିକିବେଳେ ଘନ କୁହୁଡ଼ି ଯୋଗୁ ରାସ୍ତା ଦେଖା ଯାଇ ନଥିଲା । ଡମ୍ପର ଗୋଟିଏ ଟ୍ରକକୁ ଓଭରଟେକ୍ କରିବା ବେଳେ ବିପରୀତ ଦିଗରୁ ଙ୍ଗ ରୁଟରେ ଆସୁଥିବା ଟାଟା ମ୍ୟାଜିକ୍ ଓ ମାରୁତି ଭ୍ୟାନ ସହ ଧକ୍କା ହୋଇଥିଲା ।

ଡମ୍ପରଟି ଭାରସାମ୍ୟ ହରାଇ ଓଲଟି ପଡ଼ିବା ପରେ ତଳେ ଚାପି ହୋଇ ଯାଇଥିଲେ ବହୁ ଲୋକ । ସେମାନଙ୍କ ମଧ୍ୟରୁ ୧୩ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି । ସ୍ଥାନୀୟ ପୋଲିସର ସୂଚନା ଅନୁସାରେ ମୃତାହତମାନେ କୌଣସି ବାହାଘରରୁ ନିଜ ଘରକୁ ଫେରୁଥିଲେ ।

Leave A Reply

Your email address will not be published.