Latest Odisha News

BREAKING NEWS

ବାଲୁକା କଳାରେ ବାଇଡେନ୍ ଓ କମଲା ହାରିସଙ୍କୁ ଶୁଭେଚ୍ଛା

ପୁରୀ: ଆଜିଠୁ ଆମେରିକାରେ ବାଇଡେନ୍ ରାଜ୍ । ଶପଥ ନେବେ ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସ । ତାପୂର୍ବରୁ ବାଲୁକାକଳାରେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସୁଦର୍ଶନ ବାଲିରେ ନିର୍ମାଣ କରିଛନ୍ତି ହ୍ୱାଇଟ୍ ହାଉସ୍, ଆମେରିକାର ଜାତୀୟ ପତାକା ଏବଂ ଜୋ ବାଇଡେନ୍ ଓ କମଲା ହାରିସଙ୍କ ଚିତ୍ରକଳା । ଏହାର ଲମ୍ବ ଲମ୍ବ ୨୦ ଫୁଟ ଥିବାବେଳେ ଉଚ୍ଚତା ରହିଛି ୭ ଫୁଟ । ଏଥିରେ ଲାଗିଛି ୧୪ ଟନ ବାଲି ।

Leave A Reply

Your email address will not be published.