Latest Odisha News

BREAKING NEWS

ହରିୟାଣାର ରେବାଡିରୁ କରୋନା ସଂକ୍ରମିତ ୧୩ କୈଦୀ ଫେରାର

ରେବାଡୀ: ହରିୟାଣାର ରେବାଡୀରେ କରାଯାଇଥିବା କରୋନା ଜେଲରୁ ରବିବାର ୧୩ କୈଦୀ ଫେରାର ହୋଇ ଯାଇଛନ୍ତି । ସଂକ୍ରମିତ ୪୫୦ କୈଦୀଙ୍କୁ ଏଠାରେ ରଖା ଯାଉଥିଲା । ଶନିବାର ବିଳମ୍ବିତ ରାତିରେ ଗ୍ରୀଲ କାଟିବା ସହ ଚାଦରକୁ ରସି ଭାବେ ବ୍ୟବହାର କରି ଖସି ପଳାଇଛନ୍ତି । ଏସପି ଅଭିଷେକ ଜୋରୱାଲ ଘଟଣାସ୍ଥଳରେ ପଂହଚି ତନଘନା ଆରମ୍ଭ କରିଛନ୍ତି ।

ନିକଟସ୍ଥ ଗ୍ରାମଗୁଡିକରେ ପୋଲିସ ଏହି କୈଦୀଙ୍କୁ ଧରିବା ପାଇଁ ଉଦ୍ୟମ ଜାରୀ ରଖିଛି । ଖୁବ୍ ଶୀଘ୍ର ସେମାନଙ୍କୁ କାବୁ କରିନେବୁ ବୋଲି ଏସପି କହିଛନ୍ତି । ଏହା ନ ହେଲେ ସେମାନଙ୍କୁ ଯୋଗୁ ଅନେକ କରୋନା ସଂକ୍ରମିତ ହୋଇପଡିବେ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି ।

Leave A Reply

Your email address will not be published.