Latest Odisha News

BREAKING NEWS

ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୦୮୪ ପଜିଟିଭ୍

ଭୁବନେଶ୍ବର : ରାଜ୍ୟରେ ଏବେ ଉପରମୁହାଁ ମହାମାରୀ କରୋନା ସଂକ୍ରମଣ । ପ୍ରତିଦିନ ୧୦ ହଜାର ଉପରେ ରହୁଛି ସଂକ୍ରମଣ । ତେବେ ଚିନ୍ତା ବଢ଼ାଇଛି ହଟସ୍ପଟ ପାଲଟିଥିବା ରାଜଧାନୀ ଭୁବନେଶ୍ବର । ଆଜି ପୁଣି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ଆଉ ୧୦୮୪ ପଜିଟିଭ୍ । କ୍ବାରେଣ୍ଟାଇନରୁ ୨୧୩ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୮୭୧ । ସେହିପରି ସୁସ୍ଥ ହୋଇଛନ୍ତି ୯୦୬ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ନୟାପଲ୍ଲୀରୁ ସର୍ବାଧିକ ୬୯ ଜଣ ଥିବା ବେଳେ, ପଟିଆରୁ ୬୦ ଜଣ ଅଛନ୍ତି । ସେହିପରି ଖଣ୍ଡଗିରିରୁ ୫୩, ଓଲ୍ଡ ଟାଉନରୁ ୫୭, ରସୁଲଗଡ଼ରୁ ୪୭, ଡୁମୁଡୁମାରୁ ୪୦, ବରମୁଣ୍ଡାରୁ ୩୯, ଝାରପଡ଼ାରୁ ୩୬, ଲକ୍ଷ୍ମୀସାଗରରୁ ୩୨, ସୁନ୍ଦରପଦାରୁ ୩୧, ଚନ୍ଦ୍ରଶେଖରପୁରରୁ ୨୩, ଶୈଳଶ୍ରୀବିହାରରୁ ୩୫, ନୀଳାଦ୍ରିବିହାରରୁ ୨୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ବାକି ଅଞ୍ଚଳରୁ ମଧ୍ୟ କିଛି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ଏପର୍ଯ୍ୟନ୍ତ ଆକ୍ରାନ୍ତ ହେଲେଣି ୫୩ ହଜାର ୬୧୪ ଜଣ । ଏମାନଙ୍କ ମଧ୍ୟରୁ ୪୩ ହଜାର ୬୧ ଜଣ ସୁସ୍ଥ ହୋଇଥିବା ବେଳେ, ୨୮୦ ଜଣଙ୍କ ମୃତ୍ୟୁ ହେଲାଣି । ବାକି ୧୦ ହଜାର ୨୫୨ ଜଣଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.