Latest Odisha News

BREAKING NEWS

ଆତଙ୍କବାଦ କାର୍ଯ୍ୟକଳାପରେ ୧୩ ବର୍ଷୀୟ ନାବାଳକ ଗିରଫ

ଭୁବନେଶ୍ୱର: ଇଂଲଣ୍ଡରେ ୧୩ ବର୍ଷୀୟ ନାବାଳକ ଆତଙ୍କବାବଦୀ କାର୍ଯ୍ୟକଳାପ ପାଇଁ ଗିରଫ ହୋଇଛନ୍ତି । ୱେଷ୍ଟ-ଲଣ୍ଡନର ମେଟ୍ରୋପଲିଟାନ ପୋଲିସ ମଙ୍ଗଳବାର ଏହି ନାବାଳକକୁ ଗିରଫ କରିଛି । ସେ ଅନଲାଇନରେ ଇସଲାମ ଚରମପନ୍ଥୀ ଫଟୋ, ସୂଚନା ଏବଂ ଡକ୍ୟୁମେଣ୍ଟ ପଠାଉଥିଲେ ।

ବ୍ରିଟେନର ଆତଙ୍କବାଦ ଧାରା-୨୦୦୬ ଅନୁଯାୟୀ ନାବାଳକକୁ ଗିରଫ କରାଯାଇଥିଲା । ପରେ ତାଙ୍କୁ ଜାମିନ ମିଳିଯାଇଛି । ଜୁନ୍ ମଝି ସପ୍ତାହରେ କୋର୍ଟରେ ତାଙ୍କର ଶୁଣାଣି ହେବ ।

ଆତଙ୍କବାଦୀ ବିରୋଧୀ କମାଣ୍ଡର ରିଚାର୍ଡ ସ୍ମିଥ୍ କହିଛନ୍ତି ଯେ, କିଶୋରବସ୍ଥାରୁ ଆତଙ୍କବାଦକୁ ଆସିବା ଅତ୍ୟନ୍ତ ବିରଳ ଘଟଣା । କିନ୍ତୁ ଏବେ ଦେଖିବାକୁ ମିଳୁଛି ପ୍ରାୟ ଏହି ବୟସର ପିଲାମାନେ ମୌଳବାଦ ଆଡ଼କୁ ମୁହାଁଉଛନ୍ତି ।

ଯଦି ଗିରଫ ହୋଇଥିବା ନାବାଳକ ଦୋଷୀ ସାବ୍ୟସ୍ତ ହୁଅନ୍ତି । ତେବେ ସେ ଇଂଲଣ୍ଡର ସର୍ବ କନିଷ୍ଠ ଆତଙ୍କବାଦୀ ରୂପେ ଗଣାହେବେ ।

Leave A Reply

Your email address will not be published.