Latest Odisha News

BREAKING NEWS

ଶ୍ରୀକ୍ଷେତ୍ରରେ ୧୩ ବର୍ଷର ନାବାଳିକା ପର୍ଯ୍ୟଟକଙ୍କୁ କରୋନା

ପୁରୀ: ପୁରୀରେ ୧୩ ବର୍ଷୀୟା ନାବାଳିକା ପର୍ଯ୍ୟଟକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୁରତରୁ ବାପାମାଆଙ୍କ ସହ ପୁରୀ ବୁଲିବାକୁ ଆସିଥିବା ବେଳେ କରୋନା ସଂକ୍ରମିତ ଥିବା ଆଣ୍ଟିଜେନ୍ ଟେଷ୍ଟରୁ ଜଣାପଡ଼ିଛି । ସଂକ୍ରମିତ ଚିହ୍ନଟ ହେବା ପରେ ନାବାଳିକାଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବାପାମାଆଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ମିଳିଛି । କୋଭିଡ୍ ସଂକ୍ରମିତ ନାବାଳିକାଙ୍କର ଆଜି କୋଭିଡ୍ ଆରଟି-ପିସିଆର୍ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି ।

ଓଡ଼ିଶା ବାହାରୁ ଆସୁଥିବା ସମସ୍ତଙ୍କ ଲାଗି ଯାତ୍ରାର ୭୨ ଘଣ୍ଟା ମଧ୍ୟର କୋଭିଡ୍ ଆରଟି-ପିସିଆର୍ ନେଗେଟିଭ୍ ରିପୋର୍ଟ କିମ୍ବା ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକା ନେଇଥିବା ସାର୍ଟିଫିକେଟ୍ ବାଧ୍ୟତାମୂଳକ କରିଛନ୍ତି । ନଚେତ୍ ୭ ଦିନ ଲାଗି କ୍ୱାରେଣ୍ଟାଇନରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.