Latest Odisha News

BREAKING NEWS

ଲଜ୍ଜା ! ସ୍ତ୍ରୀର ଅଶ୍ଳୀଳ ଫଟୋ ଭାଇରାଲ୍ କରି ସ୍ୱାମୀ ଗିରଫ

କଟକ: ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ କଳଙ୍କିତ ଅଧ୍ୟାୟ । କୁହାଯାଏ ସ୍ୱାମୀ-ସ୍ତ୍ରୀର ସମ୍ପର୍କ ସାତ ଜନ୍ମ ପାଇଁ । କିନ୍ତୁ କଟକରୁ ଏମିତି ଚିତ୍ର ସାମନାକୁ ଆସିଛି ଶୁଣିଲେ ଆପଣଙ୍କ ମୁଣ୍ଡ ତଳକୁ ହୋଇଯିବ । ଜଣେ ସ୍ୱାମୀ ସ୍ତ୍ରୀର ଅଶ୍ଳୀଳ ଫଟୋ ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି କଟକ ଜଗତପୁର ଥାନା ପୋଲିସ । ତାଙ୍କ ନାଁ ରୁଦ୍ର ପ୍ରସନ୍ନ ମହାପାତ୍ର ।

ଅଭିଯୁକ୍ତ ନାଁରେ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ କରି ଖୋଳତାଡ କରୁଛି ପୋଲିସ । ତେବେ କେଉଁ ପରିସ୍ଥିତିରେ ନିଜ ସ୍ତ୍ରୀଙ୍କ ଫଟୋ ଭାଇରାଲ୍ କଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । ଶ୍ୱଶୂର ଘର ଲୋକଙ୍କ ସମେତ ସରପଞ୍ଚଙ୍କ ଡାକ ଠିକଣାରେ ସ୍ତ୍ରୀର ଅଶ୍ଳୀଳ ଫୋଟକୁ ପଠାଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଚାରି ବର୍ଷ ତଳେ ସେ ବିବାହ କରିଥିଲେ । ପୋଲିସ ଘଟଣାର ଅଧିକ ଖୋଳତାଡ ଜାରି ରଖିଛି ।

Leave A Reply

Your email address will not be published.