ଇଂଲଣ୍ଡ: ଆଜିକାଲି ପିଲା ମୋବାଇଲ,ଟିଭି ଓ କମ୍ପ୍ୟୁଟର ଗେମ୍ ରେ ବ୍ୟସ୍ତ ରହୁଥିବା ବେଳେ ଇଂଲଣ୍ଡର ମାତ୍ର ୧୩ ବର୍ଷର ଜଣେ ବାଳକଙ୍କ ଇଛା ଗରିବ ଲୋକଙ୍କୁ ସାହାଯ୍ୟ କରିବା । ଆଉ ତାହା ପୂରଣ କରିବାକୁ ସେ ବର୍ଷେ ହେଲାଣି ଝଡ଼ ବର୍ଷା,ଖରା ଓ ଶୀତରେ ବାହାରେ ଟେଣ୍ଡ ବାନ୍ଧି ରହୁଛନ୍ତି । ଦାନରେ ପ୍ରାପ୍ତ ଟଙ୍କା ମାଧ୍ୟମରେ ଭୂମିହୀନ ଲୋକଙ୍କୁ ସାହାଯ୍ୟ କରିପାରିବେ । ଏହି ବାଳକଙ୍କ ଏପରି ମହତ୍ କାର୍ଯ୍ୟକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ।
ଇଂଲଣ୍ଡର ପୁଡସିରେ ରୁହନ୍ତି ବିଲି ଥମ୍ପସନ୍ । ବୟସ ମାତ୍ର ୧୩ ବର୍ଷ । ତାଙ୍କର ଇଛା ମାକ୍ସ ୱସେଙ୍କ ରେକର୍ଡକୁ ଭାଙ୍ଗି ଚ୍ୟାରିଟିକୁ ମିଳିଥିବା ଟଙ୍କା ଜରିଆରେ ବାସହୀନଙ୍କୁ ଘର ଯୋଗାଇ ପାରିବେ । ବିଲି କହିଛନ୍ତି ଯେ, ମ୍ୟାକ୍ସଙ୍କ ରେକର୍ଡ ଭାଙ୍ଗିବାକୁ ପ୍ରୟାସ ଜାରି ରଖିଛନ୍ତି । ବିଲି ଗତବର୍ଷ ଜୁଲାଇ ୧୭ରୁ ଟେଣ୍ଟରେ ରହିବା ଆରମ୍ଭ କରିଥିଲେ । ସେହିଦିନ ତାଙ୍କ ଜନ୍ମଦିନ ଥିଲା । ପ୍ରଥମରେ ସେ ୧୦୦ ଦିନର କ୍ୟାମ୍ପେନିଂ କରି ‘ଏମୈସ’ ପାଇଁ ଅର୍ଥ ଯୋଗାଡ଼ କରିବାକୁ ଉଦ୍ଦେଶ୍ୟ ରଖିଥିଲେ । ‘ଏମୈସ’ ହେଉଛି ଏକ ସଂଗଠନ, ଯାହା ବାସହୀନ ବ୍ୟକ୍ତିଙ୍କ ପାଇଁ ଅର୍ଥ ସଂଗ୍ରହ କରି ସାହାଯ୍ୟ କରିଥାଏ । ସେ ୧୦୦ ଦିନରେ ୧୦୦ ପାଉଣ୍ଡ ଅର୍ଥାତ୍ ୧୦ ହଜାର ୫୪୦ ଟଙ୍କା ଯୋଗାଡ଼ କରିବାକୁ ଲକ୍ଷ୍ୟ ରଖିଥିଲେ । ଏହାପରେ ସେ ଯୋଜନା କଲେ ଯେ ମାକ୍ସଙ୍କ ରେକର୍ଡକୁ ଭାଙ୍ଗିବାକୁ ଆଉ ୨ ବର୍ଷ ସେ ଟେଣ୍ଟରେ ବିତାଇବେ ।
କହି ରଖୁଛୁ, ମାକ୍ସ ୱସେ ୩ ବର୍ଷ ଧରି ଟେଣ୍ଟରେ ରହି କ୍ୟାମ୍ପେନ କରି ଲୋକଙ୍କୁ ସାହାଯ୍ୟ ପାଇଁ ୭ଶହ କୋଟି ଟଙ୍କା ସଂଗ୍ରହ କରି ଉତ୍ତର ଦେଭନ ହସ୍ପିସ୍କୁ ଦାନ କରିଥିଲେ । ପରେ ସେ ଦି ବାଳକ ଇନ୍ ଟେଣ୍ଟ’ ଭାବରେ ପ୍ରସିଦ୍ଧ ହୋଇଥିଲେ ।
Comments are closed.