Latest Odisha News

ଗଡ଼କରୀଙ୍କ ୱାର୍ଣ୍ଣିଂ; ନେତା ହୁଅନ୍ତୁ କି ଠିକାଦାର, ଖରାପ କାମ କଲେ ଚାଲିବ ବୁଲଡୋଜର

ନାଗପୁର: ସଡକ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସବୁବେଳେ କେନ୍ଦ୍ର ସରକାରଙ୍କ ବିକାଶ କାର୍ଯ୍ୟ କରି ଚର୍ଚ୍ଚାରେ ରହିଆସୁଛନ୍ତି। ସଡ଼କ ନିର୍ମାଣ ହେଉ କିମ୍ବା ରାଜପଥ ନିର୍ମାଣ, କିଛି ନବସୃଜନ ହେଉ କିମ୍ବା ଅଧିକାରୀଙ୍କୁ ଚେତାଇବା, ନିଜ କାମ ସଠିକ ଭାବେ ତୁଲାଇ ଆସିଛନ୍ତି ଗାଡ଼କରୀ। ବେଳେ ବେଳେ ଅଧିକାରୀଙ୍କ ଖରାପ କାମ ପାଇଁ ମଧ୍ୟ ସେମାନଙ୍କୁ ତାଗିଦ କରିଛନ୍ତି। ଶନିବାର ଦିନ ନାଗପୁରର ଏକ ଭୂମି ପୂଜନ କାର୍ଯ୍ୟକ୍ରମରେ ନୀତିନ ଗଡ଼କରୀ ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଉପସ୍ଥିତ ଥିଲେ। ଏହି ସମୟରେ ଗଡ଼କରୀ ନେତା, ଅଧିକାରୀ ଏବଂ ଠିକାଦାରଙ୍କୁ କାମକୁ ନେଇ ଚେତାବନୀ ଦେଇଥିଲେ। ଗଡକରୀ କହିଥିଲେ ଯେ, ନେତା ହୁଅନ୍ତୁ କି ଠିକାଦାର, ଖରାପ କାମ କଲେ ସେମାନଙ୍କ ଉପରେ ମଧ୍ୟ ଚାଲିବ ବୁଲଡୋଜର।

ସଡ଼କ କାମରେ ଯେପରି କୌଣସି ଦୁର୍ନୀତି ହେବ ନାହିଁ ସେନେଇ ଜନସାଧାରଣଙ୍କୁ ପ୍ରତିଶୃତି ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ। ମନ୍ତ୍ରୀ କହିଛନ୍ତି, କୌଣସି ଠିକାଦାର ଯଦି ଖରାପ କାମ କରନ୍ତି ତେବେ ତାଙ୍କୁ ତୁରନ୍ତ ବ୍ଲକ ଲିଷ୍ଟେଡ କରିଦିଆଯିବ। ଏହାସହ ଯିଏ ଦୁର୍ନୀତି କରିବାକୁ ଚେଷ୍ଟା କରିବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଠିକାଦାରଙ୍କୁ ୱାର୍ଣ୍ଣିଂ ଦେଇ ଗଡ଼କରୀ କହିଛନ୍ତି, ଯଦି ସେମାନେ ଖରାପ କାମ କରନ୍ତି ତେବେ ସେମାନଙ୍କ ଉପରେ ବୁଲଡୋଜର ଚାଲିବ। ତେଣୁ ଭଲ କାମ କରିବାକୁ ଚେଷ୍ଟା କରନ୍ତୁ।

ଏହି ସମୟରେ ଗଡ଼କରୀ ନାଗପୁର ମ୍ୟୁନିସିପାଲିଟି କର୍ପୋରେସନର କମିଶନରଙ୍କ ସମେତ ଅନ୍ୟ ଅଧିକାରୀଙ୍କ ସହ କଠୋର ହୋଇଥିଲେ। ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ ସେ କହିଥିଲେ, ବର୍ଷା ଋତୁରେ ଡ୍ରେନେଜ୍, ଡ୍ରେନ୍ ଗୁଡିକ ସମ୍ପୂର୍ଣ୍ଣ ପରିଷ୍କାର ହେବା ଉଚିତ୍। ମନ୍ତ୍ରୀ ନାଗପୁରରେ ୪ ରୁ ୫ ଦିନ ରହିବାକୁ ଯାଉଛନ୍ତି ଏବଂ ବର୍ଷା ଦିନେ ସେ ସହର ବୁଲି ସବୁ ବ୍ୟବସ୍ଥା ଦେଖିବେ। ବର୍ଷାରେ ଯଦି କୌଣସି ସ୍ଥାନରେ ପାଣି ଜମା ହୁଏ, ତେବେ ମନ୍ତ୍ରୀ ଜନସାଧାରଣଙ୍କୁ ନେଇ ମ୍ୟୁନିସିପାଲିଟି କର୍ପୋରେସନର କମିଶନରଙ୍କ ଦ୍ୱାର ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଇବେ।

Leave A Reply

Your email address will not be published.