Latest Odisha News

BREAKING NEWS

ଶିଶୁ ଦିବସ: ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ

ଭୁବନେଶ୍ଵର: ଆଜିର ଶିଶୁ ଆସନ୍ତାକାଲିର ନାଗରିକ। ଦେଶ ନିର୍ମାଣରେ ଶିଶୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି କଥାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିଥିଲେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ। ଛୋଟ ପିଲାଙ୍କୁ ଅଜସ୍ର ସ୍ନେହ କରୁଥିଲେ ସେ। ସେଥିପାଇଁ ପିଲାମାନେ ତାଙ୍କୁ ଚାଚା ନେହେରୁ ବୋଲି ଡାକୁଥିଲେ। ଆଜି ସେହି ମହାନ ବ୍ୟକ୍ତିଙ୍କର ଜନ୍ମଦିନକୁ ସାରାଦେଶ ଶିଶୁ ଦିବସ ଭାବେ ପାଳନ କରୁଛି। ନେହେରୁ କହୁଥିଲେ ପିଲାମାନେ ହେଉଛନ୍ତି ଦେଶର ଭବିଷ୍ୟତ। ଏଥିପାଇଁ ସେମାନଙ୍କୁ ଭଲପାଇବା ଦେବା ସହ ଦେଖାଶୁଣା କରିବା ନିହାତି ଜରୁରୀ, ଯାହାଦ୍ୱାରା ସେମାନେ ନିଜ ଗୋଡରେ ନିଜେ ଛିଡା ହୋଇପାରିବେ ।

ନେହରୁଙ୍କ ଜନ୍ମ ୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ଉତ୍ତରପ୍ରଦେଶର ପ୍ରୟାଗରାଜ (ଆଲ୍ଲାବାଦ)ରେ ହୋଇଥିଲା । ନେହେରୁଙ୍କ ଛୋଟ ପିଲାଙ୍କ ପ୍ରତି ବହୁତ ଭଲପାଇବା, ସ୍ନେହ ଓ ଶ୍ରଦ୍ଧା ଥିଲା । ୨୭ ମଇ ୧୯୬୪ରେ ନେହରୁଙ୍କ ପରଲୋକ ପରେ ସେହିବର୍ଷରୁ ୧୪ ନଭେମ୍ବରକୁ ଶିଶୁ ଦିବସ ଭାବେ ପାଳିତ ହୋଇ ଆସୁଛି । ନେହେରୁଙ୍କୁ ସମସ୍ତେ ଶ୍ରଦ୍ଧାରେ ଚାଚା ନେହେରୁ ଓ ଚାଚାଜୀ ବୋଲି ସମ୍ବୋଧନ କରୁଥିଲେ । ଦେଶର କୋଣଅନୁକୋଣରେ ପଲ୍ଲୀଠୁ ଦିଲ୍ଲୀ ସବୁଠି ଶିଶୁଦିବସକୁ ଆନନ୍ଦର ସହ ପାଳନ କରାଯାଉଛି । ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସାର ଦେଶ ପାଳୁଛି ଏହି ଏହି ମହାନ ଦିବସ ।

ପଣ୍ଡିତ ନେହେରୁ ଥିଲେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ। ମୃତ୍ୟୁ (୧୯୬୪) ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ହୋଇ ରହିଥିଲେ। ସ୍ୱାଧୀନ ଭାରତରେ ସାହିତ୍ୟ, ଲଳିତକଳା ଓ ସଂଗୀତ-ନାଟକ କ୍ଷେତ୍ରରେ ବହୁବିଧ ବିକାଶପାଇଁ ସେ ସ୍ୱପ୍ନ ଦେଖିଥିଲେ। ତାହାର ଫଳ ସ୍ୱରୂପ ୧୯୫୪ରେ ପ୍ରତିଷ୍ଠା ହୋଇଥିଲା ତିନିଟି ଅକାଦେମୀ। ସାହିତ୍ୟ ଅକାଦେମୀ ସେଥିମଧ୍ୟରୁ ଗୋଟିଏ। ୧୯୫୪ରୁ ୧୯୬୪ ପର୍ଯ୍ୟନ୍ତ ପଣ୍ଡିତ ନେ‌େହରୁ ତାହାର ସଭାପତି ଥିଲେ ।

ନବଭାରତ ନିର୍ମାତା ଭାବରେ ଜବାହରଲାଲ ନେହେରୁ ଜଣାଶୁଣା । ସେ ଶିଶୁପ୍ରିୟ ଓ ଶିଶୁବତ୍ସଳ ଥିଲେ । ଶିଶୁମାନଙ୍କ ସହ ସମୟ ଅତିବାହିତ କରିବାକୁ ସେ ଖୁବ ଭଲ ପାଉଥିଲେ । ତେଣୁ ସେ ସମସ୍ତଙ୍କର ପ୍ରିୟ ଚାଚା ନେହେରୁ ଭାବରେ ପରିଚିତ ଥିଲେ । ଏପରିକି ସେ ସବୁବେଳେ ତାଙ୍କ ପକେଟରେ ଏକ ଗୋଲାପ ଫୁଲ ଧରି ବୁଲୁଥିଲେ। ଏହି ମହାନ ମହାନାୟକଙ୍କ ଜନ୍ମ ଦିବସକୁ ସାରା ଭାରତରେ ଶିଶୁ ଦିବସ ରୂପେ ପାଳନ କରାଯାଉଛି।

 

Leave A Reply

Your email address will not be published.