Latest Odisha News

BREAKING NEWS

୫ଦିନ ହେବ ନିଖୋଜ ଥିଲେ , ଆଜି ନଦୀପଠାରୁ ମିଳିଲା ଛାତ୍ରଙ୍କ ମୃତଦେହ

କଟକ : ଦୀର୍ଘ ୫ଦିନ ହେବ ନିଖୋଜ ଥିଲେ  । ଆଉ ଆଜି ଛାତ୍ରଙ୍କର ମୃତଦେହ ମିଳିଲା  । ଏମିତି କିଛି ଘଟଣା ଘଟିଛି କଟକରେ । ଗୋପାଳପୁର ନିକଟ କାଠଯୋଡି ପୋଲ ତଳୁ ମିଳିଛି ମୃତଦେହ  । ମୃତ ଛାତ୍ର ଜଣକ କଲ୍ୟାଣ ନଗର ଅଞ୍ଚଳର ସଂଗ୍ରାମ ଜେନାଙ୍କ ପୁଅ ସାହିଲ ଜେନା ବୋଲି ଜଣାପଡିଛି । ସୂଚନା ଅନୁସାରେ ସାହିଲ ସତସଙ୍ଗବିହାର ଦରଗାପାଟଣା ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ଶୁକ୍ରବାର ଦିନ ସେ ସ୍କୁଲ ଯାଇ ଆଉ ଘରକୁ ଫେରିନଥିଲେ ।

ପରିବାର ଲୋକ ବହୁ ଖେଜାଖୋଜି କରିଥିଲେ । ହେଲେ ନିରାଶ ହୋଇଥିଲେ । ଏନେଥ ମଧୁପାଟଣା ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା ।  ପୋଲିସ ସାହିଲଙ୍କୁ ଠାବ କରିବାକୁ ଯାଇ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ହେଲେ କିଛି ସୁଫଳ ମିଳିନଥିଲା  । ପୋଲିସ ଘଟଣାରେ ଛାନଭିନ୍ ଜାରି ରଖିଥିଲେ  । ଆଜି କଟକ କାଠଯୋଡି ନଦୀପଠାରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି  ।  କେହି ହତ୍ୟା କରି ନଦୀ ପଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । କେମିତି ଓ କେଉଁ ପରିସ୍ଥିତିରେ ସାହିଲଙ୍କ ମୃତ୍ୟୁ ଘଟିଛି ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନି  । ପୋଲିସର ତଦନ୍ତ ପରେ ହିଁ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ  ।

Leave A Reply

Your email address will not be published.