Latest Odisha News

BREAKING NEWS

ଓଡ଼ିଆ ଝିଅ ଝିଲ୍ଲୀ ଦଳବେହେରା ଦକ୍ଷିଣ ଏସୀୟ କ୍ରୀଡ଼ାରେ ଜିଣିଲେ ସ୍ୱର୍ଣ୍ଣ ପଦକ

କାଠମାଣ୍ଡୁ: ନେପାଳରେ ଅନୁଷ୍ଠିତ ହେଉଥିବା ତ୍ରୟୋଦଶ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଉଦୀୟମାନ ଓଡ଼ିଆ ଭାରୋତ୍ତଳନକାରୀ ଝିଲ୍ଲୀ ଦଳବେହେରା ଏକ ସ୍ୱର୍ଣ୍ଣ ପଦକ ଜିତି ଓଡ଼ିଶା ତଥା ଦେଶକୁ ଗୌରବାନ୍ୱିତ କରିଛନ୍ତି । ଝିଲ୍ଲୀ ମହିଳା ୪୫ କେଜି ବର୍ଗରେ ୧୫୧ କିଲୋଗ୍ରାମ ଓଜନର ଭାର ଉଠାଇ ଏହି ସଫଳତା ହାସଲ କରିପାରିଛନ୍ତି ।

ଅନ୍ତର୍ଜାତୀୟ ସ୍ତରର ଭାରୋତ୍ତଳନକାରୀ ଝିଲ୍ଲୀ ନିକଟରେ ସମ୍ମାନଜନକ ଏକଲବ୍ୟ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

ସେ ମଧ୍ୟ ଏସୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ଏକ ସ୍ୱର୍ଣ୍ଣ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ପଡ଼ୋଶୀ ନେପାଳରେ ଅନୁଷ୍ଠିତ ହେଉଥିବା ଏହି କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ସର୍ବାଧିକ ୬୩ଟି ସ୍ୱର୍ଣ୍ଣ, ୪୧ଟି ରୌପ୍ୟ ଏବଂ ୨୧ଟି ବ୍ରୋଞ୍ଜ୍ ପଦକ ସହ ସମୁଦାୟ ୧୨୫ଟି ପଦକ ପାଇ ତାଲିକାର ଶୀର୍ଷରେ ରହିଛି ।

ଝିଲ୍ଲୀ ପୂର୍ବତଟ ରେଳବାଇ ବିଭାଗ ପକ୍ଷରୁ ଭାରତକୁ ପ୍ରତିନିଧିତ୍ୱ କରୁଥିବା ବେଳେ ତାଙ୍କ ସଫଳତାରେ ଭାରତୀୟ ରେଳବାଇ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.