Latest Odisha News

BREAKING NEWS

ଭାରତ-ଓ୍ବେଷ୍ଟଇଣ୍ଡିଜ୍ ପ୍ରଥମ ଟି-୨୦ ଟକ୍କର ଆଜି 

ନୂଆଦିଲ୍ଲୀ: ଆଜି ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ଭାରତୀୟ ଖେଳାଳୀ ମାନେ ୧ମ ମ୍ୟାଚରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ବିଜୟ ଧାରା ଆରମ୍ଭ କରିବା ଲାଗି ରଣନୀତି ପସ୍ତୁତ କରିଛନ୍ତି ।

ଆଜି ରାତି ୭ଟା ବେଳେ ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । କ୍ୟାପଟେନ୍ କୋହଲିଙ୍କ ଅଧିନାୟିକତ୍ୱରେ ପଡିଆକୁ ଓହ୍ଲାଇବ୍ ଟିମ୍ ଇଣ୍ଡିଆ ।

ଆଜି ଖେଳାଯିବାକୁ ଥିବା ଏହି ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରି ଭାରତକୁ କଡା ଟକ୍କର ଦେବାକୁ ମଧ୍ୟ ଚେଷ୍ଟା କରିବ । ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବେଶ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି ।

ଟିମ୍ ଇଣ୍ଡିଆ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା,  ଲୋକେଶ ରାହୁଲ୍, ଋଷଭ ପନ୍ତ୍, ୟୁଜ୍ବେନ୍ଦ୍ର ଚହଲ୍, ଶ୍ରେୟସ ଅୟର୍, ମନିଷ ପାଣ୍ଡେ, ରବୀନ୍ଦ୍ର ଜାଡେଜା, ଶିବମ୍ ଦୁବେ, ଭୁବନେଶ୍ବର କୁମାର ଓ ଦୀପକ ଚହର୍।

Leave A Reply

Your email address will not be published.