Latest Odisha News

BREAKING NEWS

ଅନଲାଇନ୍‌ କ୍ଲାସ୍‌ ପାଇଁ ଆସିଲାନି ନେଟୱର୍କ, ପାହାଡରୁ ଖସି ଛାତ୍ର ମୃତ

ରାୟଗଡ଼ା: ଅନଲାଇନ୍‌ କ୍ଲାସ୍‌ ପାଇଁ ଆସିଲାନି ନେଟୱର୍କ, ପାହାଡରୁ ଖସି ଛାତ୍ର ମୃତ । ସବୁ ସ୍ୱପ୍ନ ସବୁ ଅଧାରେ ରହିଗଲା। ମୋବାଇଲ୍ ନେଟୱର୍କ ହେଲା କାଳ। ରାୟଗଡା ଜିଲ୍ଲା ପଦ୍ମପୁର ବ୍ଳକ୍ ପାଣ୍ଡ୍ରାଗୁଡା ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ପାଣ୍ଡ୍ରାଗୁଡା ଗାଁର ୧୩ ବର୍ଷିୟ ଆନ୍ଦ୍ରିୟ ଜାଗାରାଙ୍ଗ କଟକର ଏକ ମିଶନାରୀ ସ୍କୁଲରେ ନାମ ଲେଖାଇଥିଲେ। ଗାଁକୁ ନେଟୱର୍କ ଆସୁନଥିବା ଯୋଗୁଁ  ନାବାଳକ ଜଣଙ୍କ ମୋବାଇଲ୍ ଧରି ଗାଁ ନିକଟରେ ଥିବା ପାହାଡ ଉପରେ ଚଢିଥିଲେ। ହେଲେ ପୂର୍ବରୁ ବର୍ଷା ହୋଇଥିବା ଯୋଗୁଁ ପଥରରୁ ଗୋଡ ଖସିଯାଇଥିଲା। ଫଳରେ ନାବାଳକ ଜଣଙ୍କ ପାହାଡ ଉପରୁ ଖସିପଡିଥିଲେ। ଗୋଡ ଓ ଛାତିରେ ଗଭୀର ମାଡ ହୋଇଥିଲା। ଫଳରେ ଆହତ ନାବାଳକକୁ ପଦ୍ମପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ସେଠାରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

କରୋନା ମହାମାରୀ ସମୟରେ ଅନଲାଇନ୍ ପାଠପଢ଼ା ଉପରେ ଗୁରୁତ୍ୱ ଦିଆଯାଉଛି । କରୋନା ମହାମାରୀ ପାଇଁ ଲକ୍‌ଡାଉନ୍‌ ଯୋଗୁଁ ଅନେକ ଛାତ୍ରଛାତ୍ରୀ ସ୍କୁଲ ଦୁଆର ମୁହଁ ବି ମାଡି ପାରୁନାହାନ୍ତି। ଫଳରେ ଅନଲାଇନ୍‌ ପାଠପଢା କେବଳ ସାହା ଭରସା।

Leave A Reply

Your email address will not be published.