Latest Odisha News

BREAKING NEWS

ରାଜ୍ୟରେ ୨ କୋଟି ଟପିଲା କୋଭିଡ୍‌ ଟିକାକରଣ

ଭୁବନେଶ୍ୱର: ଟିକାକରଣ ଅଭିଯାନରେ ଓଡିଶା ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ବୁଧବାର ରାତି ୧ ଟା ପର୍ଯ୍ୟନ୍ତ ୨,୦୦,୨୧,୮୧୪ ଡୋଜ ଟିକା ଦିଆଯିବା ସହିତ ବଡ ସଫଳତା ହାସଲ କରିପାରିଛି ଓଡ଼ିଶା।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି କହିଛି ଯେ “୨ କୋଟି ଡୋଜ ସଫଳତାର ସହ ପରିଚାଳିତ ଟିକାକରଣ ଅଭିଯାନରେ ଓଡିଶା ଏକ ମାଇଲଖୁଣ୍ଟ ହାସଲ କରିଛି। ଅଭିଯାନକୁ ସଫଳ କରି ସମଗ୍ର ସ୍ୱାସ୍ଥ୍ୟ ଟିମ୍‌ ତଥା ରାଜ୍ୟର ପ୍ରତ୍ୟେକ ଲୋକଙ୍କୁ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ପାଇଁ ଆମେ କୃତଜ୍ଞ। ”

ସୂଚନା ଅନୁଯାୟୀ ୧୮ ବର୍ଷ ଏବଂ ତାଠାରୁ ଅଧିକ ବୟସ୍କ ବର୍ଗର ୩,୦୯,୮୫,୫୩୮ ହିତାଧିକାରୀଙ୍କ ମଧ୍ୟରୁ ୧,୫୩,୮୭,୫୭୨ ପ୍ରଥମ ଡୋଜ ଟିକା ନେଇଛନ୍ତି ଏବଂ ୪୬,୩୪,୨୪୨ ଉଭୟ ଡୋଜ ଟିକା ଗ୍ରହଣ କରିଛନ୍ତି। ଜୁନ୍ ୨୧ରେ ରାଜ୍ୟ ୧ କୋଟି ଟିକାକରଣ ଅଭିଯାନ ଅତିକ୍ରମ କରି ରେକର୍ଡ ହାସ କରିଥିଲା।

Leave A Reply

Your email address will not be published.