Latest Odisha News

BREAKING NEWS

ଚିଲିକାରେ ୧୪ ବିଦେଶୀ ପକ୍ଷୀକୁ ବିଷ ଦେଇ ମାରିଦେଲେ,ଜଣେ ଗିରଫ

ଚିଲିକା: ଚିଲିକାରେ ୧୪ ବିଦେଶୀ ପକ୍ଷୀକୁ ବିଷ ଦେଇ ମାରିଦେଲେ ଶିକାରୀ । ବନବିଭାଗ ୧୪ଟି ବିଦେଶୀ ପକ୍ଷୀ ମୃତଦେହକୁ ଜବତ କରିଛି । ଏହି ଘଟଣାରେ ଜଣେ ଶିକାରୀକୁ ଗିରଫ କରାଯିବା ସହ ଗୋଟିଏ ସ୍କୁଟି ଓ ମୋବାଇଲ ଜବତ କରାଯାଇଛି । ଅନ୍ୟ ଦୁଇ ଜଣ ଶିକାରୀ ଫେରାର ହୋଇ ଥିବା ବନ ବିଭାଗ କହିଛି । ଫେରାର ଶିକାରୀକୁ ଧରିବାକୁ ବନ ବିଭାଗ ଚଢ଼ଉ ଜାରି ରଖିଛି ।

ଚିଲିକାରେ ଏବେ ବିଭିନ୍ନ ପ୍ରକାର ଦେଶୀ ବିଦେଶୀ ପକ୍ଷୀଙ୍କର ସମାଗମ ହୋଇଛି । ନୀଳ ଜଳରାଶିରେ ପକ୍ଷୀମାନଙ୍କର କ୍ରୀଡ଼ା ପର୍ଯ୍ୟଟକମାନଙ୍କୁ ଖୁବ୍ ଆନନ୍ଦ ଦେଇଥାଏ । କିନ୍ତୁ ଚିଲିକାରେ ପକ୍ଷୀମାନେ ସୁରକ୍ଷିତ ନୁହଁନ୍ତି । ଏହାରି ଭିତରେ ଚିଲିକା କୂଳ ନିକଟରେ ଥିବା ପୁରୀ ଜିଲ୍ଲା ବ୍ରହ୍ମଗିରି ରେଞ୍ଜରେ ବିଦେଶଗତ ପକ୍ଷୀଙ୍କ ଭିଡ଼ ଜମିଛି । ତେଣୁ ଶିକାରୀମାନେ ଏବେ ସକ୍ରିୟ ହୋଇ ଉଠିଛନ୍ତି । ଶନିବାର ଅପରାହ୍ନରେ ବ୍ରହ୍ମଗିରି ରେଞ୍ଜର ଏକ ୧୨ ଜଣିଆ ବନ ବିଭଗ ଟିମ୍ ଘଟକୁଡ଼ି ରାସ୍ତାରେ ଚଢ଼ଉ କରିଛି । ଏହି ଚଢ଼ଉ ସମୟରେ ୧୪ଟି ମୃତ ବିଦେଶୀ ପକ୍ଷୀ ଜବତ କରିଛି । ଏଥିରେ କମନ ଟିଲ, ନର୍ଦନ ପିଂଟଲ, ଯାକେନା ପ୍ରଜାତିର ପକ୍ଷୀ ରହିଛି । ଜଣେ ଶିକାରୀକୁ ବନ ବିଭାଗ ଗିରଫ କରିଛି । ଏହା ସହ ଏକ ସ୍କୁଟି ଓ ମୋବାଇଲ ଜବତ କରିଛି । କଇଁ ଫୁଲ ବେଣ୍ଟରେ ବିଷ ଦେଇ ଶିକାର ହେଉ ଥିବା ବନ ବିଭାଗ କହିଛି ।

Comments are closed.