Latest Odisha News

ପ୍ରାଥମିକ ସ୍କୁଲରେ ଗର୍ଜିଲା ବନ୍ଧୁକ: ୧୪ ଛାତ୍ର ଏବଂ ଜଣେ ଶିକ୍ଷକଙ୍କ ମୃତ୍ୟୁ

ଟେକ୍ସାସ: ଆମେରିକାର ଟେକ୍ସାସର ଏକ ସ୍କୁଲରେ ଗୁଳିକାଣ୍ଡ । ଜଣେ ୧୮ ବର୍ଷୀୟ ସୁଟର ୧୪ ଜଣ ଛାତ୍ର ଏବଂ ଜଣେ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରିଛି । ଆମେରିକାର ଟେକ୍ସାସର ଗଭର୍ଣ୍ଣର ଗ୍ରେଗ ଆବଟ ଏହି ସୂଚନା ଦେଇଛନ୍ତି। ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସମସ୍ତଙ୍କୁ ହତ୍ୟା କରିବା ପରେ ଯିଏ ଗୁଳି କରିଥିଲା ସେ ମଧ୍ୟ ନିଜ ଉପରକୁ ଗୁଳି ଚଳାଇଥିଲା।

ଗୁଳି ଚଳାଇଥିବା ବ୍ୟକ୍ତିର ପରିଚୟ ମିଳିଛି । ସେ ସାଲଭାଡୋର ରାମୋସ (୧୮) । ଟେକ୍ସାସରେ ରୁହେ । ପ୍ରାଥମିକ ସ୍କୁଲ ଭିତରକୁ ପ୍ରବେଶ କରିବା ବେଳେ ହାତରେ ବନ୍ଧୁକ ଧରି ସେ ପ୍ରବେଶ କରିଥିଲା ବୋଲି ଆମେରିକାରର ସ୍କାଏ ନ୍ୟୁଜ ଏହା ଦାବି କରିଛି। ତେବେ ସାଲଭାଡୋରର ସୁରକ୍ଷା କର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ସୂଚନା ରହିଛି।

ଗୁଳିକାଣ୍ଡ ଘଟିଥିବା ସ୍କୁଲଟି ଏକ ପ୍ରାଥମିକ ସ୍କୁଲ ଥିଲା । ଏଠାରେ ଉପସ୍ଥିତ ଥିବା ବିଦ୍ୟାର୍ଥୀଙ୍କ ବୟସ ୫ରୁ ୧୧ ବର୍ଷ ମଧ୍ୟରେ ଥିଲା। ଗୁଳିକାଣ୍ଡ ଯୋଗୁଁ ଅଧିକାଂଶ ପିଲା ଭୟଭୀୟ ହୋଇଯାଇଛନ୍ତି । ଗୁଳି ଭୟରେ ପିଲାମାନେ ଏଣେ ତେଣେ ଦୌଡିଥିଲେ। ଆହତଙ୍କୁ ପାଖରେ ଥିବା ଉଭଲାଡେ ମେମୋରିଆଲ ହସ୍ପିଟାଲକୁ ନିଆଯାଇଛି  ।

Comments are closed.