Latest Odisha News

BREAKING NEWS

ବିଶ୍ୱ ସ୍ୱାସ୍ଥ୍ୟ ପରିଷଦର ଅଧ୍ୟକ୍ଷ ହେଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କୁ 75ତମ ବିଶ୍ୱ ସ୍ୱାସ୍ଥ୍ୟ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସ୍ୱିଜରଲାଣ୍ଡର ଜେନେଭାଠାରେ ମେ 22ରୁ 28 ତାରିଖ ଯାଏ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବାର୍ଷିକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ବଡ ଦାୟିତ୍ୱ ଦିଆଯାଇଛି।

ପ୍ରତିବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ପରିଷଦର ବୈଠକ ବଲେ । ଏହି ସମୟରେ ବିଶ୍ବର ସ୍ୱାସ୍ଥ୍ୟବସ୍ଥାର ସମୀକ୍ଷା କରିବା ସହିତ ସାମ୍ନା କରୁଥିବା ଆହ୍ୱାନ ଓ ପ୍ରତିକ୍ରିୟାକୁ ନେଇ ଆଲୋଚନା ହୁଏ । ତେବେ ଏହି ଆଲୋଚନା ଦୁଇ ପ୍ରକାର ରହିଛି । ଗୋଟିଏ ବୈଷୟିକ ଓ ସ୍ବାସ୍ଥ୍ୟଗତ ବିଷୟ ଉପରେ ଆଲୋଚନା କରେ ଦ୍ୱିତୀୟ କମିଟି ଆର୍ଥିକ ଓ ପ୍ରଶାସନିକ ବିଷୟ ଉପରେ ଆଲୋଚନା କରିବ। ଏହି କମିଟିର ଅଧ୍ୟକ୍ଷ ଭାବେ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କୁ ନିଯୁକ୍ତି ଦିଆଯାଇଛି। ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ଟ୍ୱିଟ୍ କରି ଏହି ସୂଚନା ଦେଇଛି । ରାଜେଶ ଭୂଷଣଙ୍କୁ 75ତମ ବିଶ୍ୱ ସ୍ୱାସ୍ଥ୍ୟ ସଭାର କମିଟି ‘ବି’ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ବୋଲି ଏହି ଟୁଇଟରେ କୁହାଯାଇଛି।

ପିଆଇବିର ସୂଚନା ଅନୁଯାୟୀ କମିଟି ‘ବି’ ଚଳିତ ବର୍ଷ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରି ଏକ ରିପୋର୍ଟ ପ୍ରସ୍ତୁତ କରିବ। ବିଷୟଗୁଡ଼ିକ ମଧ୍ୟରେ ପୂର୍ବ ଜେରୁଜେଲମ ଏବଂ ସିରିଆ ଗୋଲାନ ସମେତ ଅଧିକୃତ ପାଲେଷ୍ଟାଇନର ସ୍ୱାସ୍ଥ୍ୟ ପରିସ୍ଥିତି ଅନ୍ତର୍ଭୁକ୍ତ ରହିଛି । ସେହିପରି 2022-2023 ପାଇଁ WHOର ବଜେଟ୍, ଯୌନ ନିର୍ଯାତନା ରୋକିବା, ଡବ୍ଲୁଏଚ୍ଓର ସଂସ୍କାର, ଜନସ୍ୱାସ୍ଥ୍ୟ ଉପରେ ବିଶ୍ୱର ରଣନୀତି ଓ କାର୍ଯ୍ୟ ଯୋଜନା, WHO ଅଡିଟ୍ ରିପୋର୍ଟ ପ୍ରସଙ୍ଗରେ ଆଲୋଚନା ହେବ ।

Leave A Reply

Your email address will not be published.