Latest Odisha News

BREAKING NEWS

ସୁନ୍ଦରଗଡ଼ରେ ବଢୁଛି କରୋନା ମୃତ୍ୟୁସଂଖ୍ୟା, ଦିନକରେ ରାଜ୍ୟରୁ ଆଉ ୧୪ ମୃତ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଡେଥ୍ କେସ୍ । ଗତ କିଛି ଦିନ ହେବ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଆଉ ୧୪ ଜୀବନ ନେଇଛି ମହାମାରୀ । ଏମାନଙ୍କ ଭିତରେ କେବଳ ସୁନ୍ଦରଗଡ଼ ଜିଲ୍ଲାରୁ ଅଛନ୍ତି ୫ ଜଣ । ସୁନ୍ଦରଗଡ଼ରେ ମୃତ୍ୟୁସଂଖ୍ୟା ୧୩୨କୁ ବୃଦ୍ଧି ପାଇଛି ।

BjdElectrycity

୨୪ ଘଣ୍ଟାରେ ୮ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି କରୋନା ଆକ୍ରାନ୍ତ । ସୁନ୍ଦରଗଡ଼ରୁ ସର୍ବାଧିକ ୫ ଜଣ ଥିବା ବେଳେ ସମ୍ୱପୁରରୁ ୩ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ୭୨ରେ ପହଞ୍ଚିଛି ।

ଅନୁଗୁଳ, କଟକ, ଜଗତସିଂହପୁର, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ସେହିପରି ଭୁବନେଶ୍ୱରରୁ ଆଉ ଜଣେ ସଂକ୍ରମିତ ଆଖି ବୁଜିଛନ୍ତି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୬ ଶହ ୭୧କୁ ବୃଦ୍ଧି ପାଇଛି । ମୃତ୍ୟୁହାର ରହିଛି ୦.୫୩% ।

Leave A Reply

Your email address will not be published.